ପ୍ରଶାସନର ଅବହେଳା ଯୋଗୁଁ ବଡ଼ବଡ଼ ଖାଲ ଢିପ ସହ ଅଳିଆ ଗଦାରେ ପରିଣତ ହେଇଛି MV-79ର ମୁଖ୍ୟ ହାଟପଦାର ରାସ୍ତା ଓ ଡ୍ରେନ

ମାଲକାନଗିରି ( କୋଶଲ ନ୍ୟୁଜ୍) ସୁବିଧାରେ ଯାତାୟାତ କରିବା ପାଇଁ ତିଆରି ହେଇଥାଏ ରାସ୍ତା l ମାତ୍ର ରାସ୍ତା ତିଆରି ହେଲା ପରେ ପ୍ରଶାସନ ସେହି ଅଞ୍ଚଳ ବାସୀଙ୍କୁ ଭୁଲି ଯାଉଛନ୍ତି lଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ MV-79ର ମୁଖ୍ୟ ହାଟପଦାରେ lପ୍ରଶାସନ ଏହି ରାସ୍ତାକୁ ପ୍ରାୟ 16 ରୁ 17 ବର୍ଷ ପୂର୍ବେ ତିଆରି କରିଥିଲେ ମାତ୍ର ବର୍ତମାନ ଏହି ରାସ୍ତାର ଅବସ୍ଥା ସମ୍ପୂର୍ଣ କଦର୍ଯ୍ୟ ହେଇପଡିଛି lରାସ୍ତାଟି ସମ୍ପୂର୍ଣ ଭାଙ୍ଗି ଯିବା ସହ ସେଥିରୁ ଗୋଡି, ପଥର, ମୁରୁମ ସବୁ ବାହାରି ବଡ଼ ବଡ଼ ଖାଲ ଢିପ ହେଇଯାଇଛି lମୁଖ୍ୟ ରାସ୍ତା ହେଇଥିବାରୁ ହାଟ ଦିନ ବାହାର ଗ୍ରାମରୁ ଶହଶହ ଦୁଇ ଓ ଚାରି ଚକିଆ ଗାଡି ମଟର ଯିବା ଆସିବା କରିଥାନ୍ତି lଏହି ରାସ୍ତା ସହ ଦୁଇଟି ଡ୍ରେନ ବ୍ୟବସ୍ଥା ଅଛି ମାତ୍ର ସେଥିରେ ମାଟି ପଡି ତାହା ସମ୍ପୂର୍ଣ ପୋତି ହେଇଯାଇଛି l ରାସ୍ତା ପାଖକୁ ଲାଗି ଦୁଇଟି ସାହିର 40 ରୁ ଅଧିକ ପରିବାର ବସବାସ କରନ୍ତି l ସଠିକ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ସମୟରେ ପାଣି ଅଳିଆ ଆବର୍ଜନା ସବୁ ଲୋକଙ୍କ ଘର ଭିତରେ ଯାଉଛି l ରାସ୍ତା ଖରାପ ଯୋଗୁଁ ସାହି ଲୋକଙ୍କର ଯିବା ଆସିବାରେ ଅନେକ ଅସୁବିଧା ହେଉଅଛି l ଏହା ସହ କ୍ଷୀର ରଖିବା ପାଇଁ ହାଟପଦାରେ ଏକ ଓମଫେଡ ବ୍ୟବସ୍ଥା ମଧ୍ୟ କରାଯାଇଛି ମାତ୍ର ଭଲ ରାସ୍ତା ନ ଥିବାରୁ ଓମଫେଡ ଗାଡି ମଧ୍ୟ ଠିକ ସମୟରେ ଆସିପାରୁ ନାହିଁ l ରାସ୍ତା ପୁନଃ ନିର୍ମାଣ ନିମନ୍ତେ BDO ଙ୍କୁ ଅନେକ ଥର ଦରଖାସ୍ତ ଦେଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଏନାହିଁ l ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏଥି ପ୍ରତି କେବେ ନିଜର ଦୃଷ୍ଟି ଦେଉଛନ୍ତି l

Comments (0)
Add Comment