ନିରବିଚ୍ଛିନ୍ନତା ସମାଜ ସେବା ଯୋଗୁଁ ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ଅଧ୍ୟାପକ ଡ଼ଃ.ରଞ୍ଜନ କୁମାର ସ୍ୱାଇଁ ନିଜର ନିରବିଚ୍ଛିନ୍ନତା ସମାଜ ସେବା କାର୍ଯ୍ୟ ପାଇଁ ରେଡକ୍ରସର ପରାମଣିଦାତା ତଥା ଜିଲ୍ଲା ଯୁବ ରେଡକ୍ରସର ଆବାହକ ସମ୍ପାଦକ ଭାବେ ରାଷ୍ଟ୍ରପତିଙ୍କ ପ୍ରଶଂସା ପ୍ରାପ୍ତ କରିଛନ୍ତି । ତାଙ୍କର ଏହି କୃତିତ୍ୱ ଲାଗି ମାଲକାନଗିରି ସାଇକେଲ କ୍ଲବ ତରଫରୁ ତାଙ୍କୁ ପ୍ରୋତ୍ସାହିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ଆରକ୍ଷୀ ଉପ ଅଧ୍ୟକ୍ଷକ ଅଂଶୁମାନ ଦ୍ବିବେଦୀ, ଆଇଆଇସି ରାମ ପ୍ରସାଦ ନାଗ, ସମାଜ ସେବୀ ଡ଼ଃ ବିନୋଦ ତିୱାରୀ, ସାମ୍ବାଦିକ ଦେବବ୍ରତ ସାନା, ସମାଜ ସେବୀ ଜଗବନ୍ଧୁ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ ସଭାରେ ଡ଼ଃ.ସ୍ୱାଇଁ ଙ୍କୁ ଉପଢୌକନ ଏବଂ ଫୁଲପେଡା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । କୋଭିଡ ନିୟମକୁ ମାନି ଅତି ନିରାଡ଼ମ୍ବର ଭାବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଣେଶ ସାହା, ବିକ୍ରମ କେଶରୀ ପାଢ଼ୀ, ଜାନକୀ ପଟ୍ଟନାୟକ, ଗୌତମ ଜୈନ ଏବଂ ବିକ୍ରମ ପାଢ଼ୀ ଙ୍କ ସମେତ ମାଲକାନଗିରି ସାଇକେଲ କ୍ଳବର ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ ।

Comments (0)
Add Comment