ମୃତ୍ୟୁ ପୂର୍ବରୁ ବଖାଣିଛନ୍ତି ମୃତ୍ୟୁର କାରଣ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଏମ.ଭି-୪୩ ଗ୍ରାମର ସଞ୍ଜୟ ମୃତ୍ୟୁ ପୂର୍ବରୁ ବଖାଣିଛନ୍ତି ତାଙ୍କ ମୃତ୍ୟୁର କାରଣ। ସୂଚନା ଅନୁଯାୟୀ ଆଜକୁ ପ୍ରାୟ ୨ ମାସ ପୂର୍ବେ ଏମ.ଭି-୪୩ ଗ୍ରାମର ବିପ୍ଲବ ବୈରାଗି ପିତା ନିର୍ମିଲ ବୈରାଗି ତାଙ୍କର ଏକ ଇନ୍ଦିରା ଆବାସ ଘର ନିର୍ମାଣ ନିମନ୍ତେ ସେହି ଗ୍ରାମର ଜାଗତି ଦେବନାଥଙ୍କ ଠାରୁ ଧାର ସ୍ବରୂପ ଦୁଇ ଲକ୍ଷ ଟଙ୍କା ନେଇଥିଲେ , କାମ ସମ୍ପୂର୍ଣ ହେବା ପରେ ବିପ୍ଳବ ବିଲ ଉଠାଇ ସବୁ ଟଙ୍କା ତାଙ୍କୁ ଫେରାଇ ଦେବ କଥା ଦେଇଥିଲା l ବଡ଼ ପୁଅର ବାହାଘର ଠିକ ହେବାରୁ ଭାରତି ତାଙ୍କ ସାନ ପୁଅ ସଞ୍ଜୟ ଦେବନାଥଙ୍କୁ ଟଙ୍କା ଆଣିବା ନିମନ୍ତେ ବିପ୍ଳବଙ୍କ ଘରକୁ ଜୁନ 18 ତାରିଖ ଦିନ ପଠେଇଥିଲା l ସେଠାରେ ସଞ୍ଜୟ ଟଙ୍କା ମାଗିବାରୁ ବିପ୍ଳବଙ୍କ ପରିବାର ଲୋକେ ତାଙ୍କୁ ମନ ଇଚ୍ଛା ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ନିସ୍ଥୁକ ମାଡ ମାରିବା ସହ ଆଉ ଟଙ୍କା ମାଗିବାକୁ ଆସିଲେ ତାକୁ ଜୀବନରେ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ l

ସଞ୍ଜୟଙ୍କୁ ମାଡ ମାରିବା, ଗାଳି ଗୁଲଜ କରି ଅପମାନ କରିବା ଏହି ସବୁ ସହି ନ ପରି 19 ତାରିଖ ଦିନ ସେ କୌଣସି ବିଷାକ୍ତ ଜିନିଷ ଖାଇଦେଇଥିଲେ l ଏହା ଜାଣିବା ପରେ ପରିବାର ଲୋକେ ସଞ୍ଜୟଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ, ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ସଞ୍ଜୟଙ୍କ ମୃତ୍ୟୁ ଘଟିଛି l ସଞ୍ଜୟଙ୍କ ମୃତ୍ୟୁ ପରେ ପରିବାର ଲୋକେ ମାଲକାନଗିରି ଥାନାରେ ବିପ୍ଳବ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ଆଧାରରେ ମାଲକାନଗିରି ଥାନାରେ କେସ ନଂ ୨୨୦/ ୨୩/୦୬/ ୨୦୨୧ ଧାରା ୨୯୪/323/୫୦୬/୩୪ ରେ କେସ ରୁଜୁକରି ତଦନ୍ତ କରୁଥିବା ମାଲକାନଗିରି ଆଦର୍ଶ ଥନା ଅଧିକାରୀ ରାମପ୍ରସାଦ ନାଗ ପ୍ରକାଶ କରିଛନ୍ତି।

Comments (0)
Add Comment