ହରି ଭାଇଙ୍କ ମାନବିକତା, ବ୍ୟାଗ ସହ ଟଙ୍କା ଫେରାଇଲେ

ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜିକାର ସମୟରେ ସମ୍ପତି (ଟଙ୍କା) ଲୋଭରେ ଭାଇ ଭାଇର ହେଇ ନ ଥାଏ, ବାପା ପୁଅର ସମ୍ପର୍କ ଭୁଲିଯାଏ l ସେଠାରେ ମାନବିକତାର ପରିଚୟ ଦେଲେ ବ୍ୟବସାୟୀ ହରି ପ୍ରଧାନ l ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ଘାଟି ବଡପଡ଼ା ଗ୍ରାମର ଗୁରୁବାରୀ ସୀସା ନାମ୍ନୀ ଜଣେ ବୃଦ୍ଧା ଗତକାଲି ଖଇରପୁଟ ରେ ଟଙ୍କା ଉଠାଇବା କୁ ଆସି ନିଜର ଆଧାର କାର୍ଡ, ବ୍ୟାଙ୍କ ପାସବୁକ, 3000 ଟଙ୍କା ସହ ପନିପରିବା ବ୍ୟାଗ ଏକ ଦୋକାନରେ ଭୁଲି ଯାଇଥିଲେ l ବ୍ୟାଗଟିକୁ ଖଇରପୁଟର ଜଣେ ବ୍ୟବସାୟୀ ହରି ପ୍ରଧାନ ପାଇବା ପରେ ସ୍ଥାନୀୟ କିଛି ଲୋକଙ୍କୁ ଏହି ବିଷୟରେ ଜଣେଇଥିଲେ l ବ୍ୟାଗରେ ଥିବା ଆଧାର କାର୍ଡକୁ ଦେଖି ଖଇରପୁଟରେ ବସବାସ କରୁଥିବା ବଡପଡ଼ାର ଜଣେ ଶିକ୍ଷକଙ୍କ ସହାୟତାରେ ତାଙ୍କ ପରିବାର କୁ ଖବର ଦିଆଯାଇଥିଲା l ଖବର ପାଇଁ ଆଜି ସକାଳୁ ସେ ଓ ତାଙ୍କ ପୁଅ ନିଜ ପରିଚୟ ଦେଇ ବ୍ୟାଗଟିକୁ ନେବାକୁ ଆସିଥିଲେ l ବ୍ୟାଗ ନେବା ସମୟରେ ସେ ଯାହା କହିଲେ ତାହା ଶୁଣି ସମସ୍ତଙ୍କ ହୋସ ଉଡିଯାଇଥିଲା l ବ୍ୟାଗ ଆଧାର କାର୍ଡ,ବ୍ୟାଙ୍କ ପାସବୁକ, ଟଙ୍କା ହଜି ଯିବା ଫଳରେ ସେ ଘର କୁ ନ ଯାଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ l ବୋଧହୁଏ ତିନି ହଜାର ଓ କାଗଜ ପତ୍ର ତାଙ୍କ ପାଇଁ ବହୁତ ମୂଲ୍ୟବାନ ଥିଲା l ଠିକ ସମୟରେ ତାଙ୍କ ପାଖେ ଖବର ପହଂଚି ଯିବା ରୁ ତାଙ୍କ ପୁଅ ତାଙ୍କୁ ଖୋଜା ଖୋଜି କରି ବ୍ୟାଗ ମିଳି ଥିବା କଥା ଜଣେଇ ଥିଲେ l ଏହା ପରେ ସେ ବ୍ୟାଗଟିକୁ ନେବାକୁ ଆସିଥିଲେ l ହରି ବାବୁଙ୍କର ଏପରି ମହତ କାର୍ଯ୍ୟ ପାଇଁ ବୃଦ୍ଧା ଓ ତାଙ୍କ ପୁଅ ଧନ୍ୟବାଦ ଦେବା ସହ ସ୍ଥାନୀୟ ସବୁ ମହଲରୁ ହରି ଭାଇଙ୍କୁ ପ୍ରଶଂସା ମିଳିଛି l

Comments (0)
Add Comment