ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ମାଲକାନଗିରି ( କୋଶଲ ନ୍ୟୁଜ୍) ସାତ ଜନ୍ମର ସାକ୍ଷୀ ରଖି ହାତ ଧରିଥିବା ସ୍ୱାମୀ ହତ୍ୟା କଲା ନିଜ ସ୍ତ୍ରୀକୁ l ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତଣ୍ଡାବାଇ ପଞ୍ଚାୟତରେ l ମିଳିଥିବା ସୂଚନା ମୁତାବକ ଗତ ୨୩ ତାରିଖ ଦିନ ତାଣ୍ଡବାଈ ଗ୍ରାମର ସୁରେଶ ମାଡକାମି ର ସ୍ତ୍ରୀ ସାଇ ମାଡକାମି ଘର ପାଖରେ ଥିବା ଅଳିଆ ଆବର୍ଜନାକୁ ନିଆଁ ଲଗାଇ ଜାଳିଥିଲେ। ଏହି ନିଆଁ ପବନରେ ଉଡିଯାଇ ପାଖରେ ଥିବା ଏକ ଘରକୁ ପାଉଁଶ କରିଦେଇଥିଲା। ଏହି ଘଟଣାରେ ରାଗିଯାଇ ସୁରେଶ ଏକ ଇଟା ସାହାଯ୍ୟରେ ତା ସ୍ତ୍ରୀ ସାଇ କୁ ପିଟିଥିଲା। ଏଥିରେ ସାଇ ଗୁରୁତର ହୋଇ ଘଟଣା ସ୍ଥଳରେ ହିଁ ଅଚେତ ହୋଇପଡିଥିଲେ। ତା ପରଦିନ ଦିନ ସ୍ତ୍ରୀ ଗୁରୁତର ହେବାରୁ ସ୍ୱାମୀ ସୁରେଶ ଏମ ଭି ୭୯ ସ୍ୱାସ୍ଥକେନ୍ଦ୍ର କୁ ଆଣିବା ବାଟରେ ସ୍ତ୍ରୀର ମୃତ୍ୟୁ ହୋଇଥିଲା। ଭଉଣୀ ମୃତ୍ୟୁ ଖବର ପାଇ ସାଇର ଭାଇ ସୋଡ଼ୀ ଏଙ୍କା ତାଣ୍ଡବାଈ ଗ୍ରାମରେ ପହଂଚି ସାଇ ର ମୃତ ଶରୀର ଦେଖିବା ସହ ଏମଭି ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ଆଧାରରେ ଏମଭି ୭୯ ପୋଲିସ କେସ୍ ନଂ ୪୭/୨୧ ଦଫା ୩୦୨ ଆଇପିସି ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡ ରେ ସ୍ଵାମୀ ସୁରେଶର ସମ୍ପୃକ୍ତି ଥିବା ଜାଣିପାରି ଅଭିଯୁକ୍ତ ସ୍ଵାମୀକୁ ପୋଲିସ ଗିରଫ କରି ପଚରା ଉଚରା ଜାରୀ ରଖିଥିବା ଏମଭି ୭୯ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Comments (0)
Add Comment