ବେଆଇନ ଗୋରୁ ଚାଲାଣ ଅଭିଯୋଗ, ପିକଅପ ଭ୍ୟାନ ସହ ୨ ଅଟକ

ମାଲକାନଗିରି (କୋଶଲ ନ୍ୟୁଜ୍) ବେଆଇନ ଗୋ ଚାଲାଣ ବେଳେ ଧରା ପଡିଲେ ଦୁଇ ଅଭିଯୁକ୍ତ l ମିଳିଥିବା ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲା MV-31ଗ୍ରାମରୁ ଏକ ପିକଅପ ଗାଡ଼ି ଯୋଗେ 7 ରୁ ଉର୍ଦ୍ଧ୍ବ ଗାଈ ଚୋରା ଚାଲାଣ କରାଯାଉଥିଲା l ଏହି ଗାଈ ଗୁଡିକ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟନେଲକ୍ୟାମ୍ପ ଗ୍ରାମକୁ ନିଆଯାଉଥିଲା । ଗୋ ଚାଲାଣ ଖବର ପାଇଁ ବାଲିମେଳା ଲଷ୍ମୀ ନାରାୟଣ କମିଟିର ସଦସ୍ୟ ମାନେ ବାଲିମେଳା ଛକ ନିକଟରେ ଓରକେଲ ପୋଲିସ ସହାୟତାରେ OD 30 D 2359 ପିକଅପ ଗାଡିଟିକୁ ଅଟକାଇଥିଲେ l

ଏହା ପରେ ଗାଡିରେ ଥିବା ସମସ୍ତ ଗାଈକୁ ଉଦ୍ଧାର କରି ତାହାର ରକ୍ଷଣା ବେକ୍ଷଣ ନିମନ୍ତେ ଓରକେଲ ପୋଲିସ ତରଫରୁ ଲଷ୍ମୀନାରାୟଣ ଗୋଶାଳାକୁ ହସ୍ତାନ୍ତର କରାଯାଇଥିଲା । ବେଆଇନ ଗୋ ଚାଲାଣରେ ଡ୍ରାଇଭର ସୁଜିତ କୁମାର ସଜନ, ହେଲପର ଅଶୋକ ଦେବନାଥଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି ।

ପ୍ରତିଦିନ ଏଭଳି ଶହ ଶହ ଗୋରୁ ଟ୍ରକ ଯୋଗେ ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି। ତେଣୁ ତୁରନ୍ତ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏଥିରେ ରୋକ ଲଗାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Comments (0)
Add Comment