କୋଭିଡ ନିୟମ କୁ ଉଲଂଘନ କରି ସରପଞ୍ଚ ପାଳିଲେ ରଜ ଭିଡିଓ କଲେ ଭାଇରାଲ

ମାଲକାନଗିରି ( କୋଶଲ ନ୍ୟୁଜ୍) ବର୍ତ୍ତମାନ ସମଗ୍ର ଭାରତ ବର୍ଷ ରେ କରୋନା ମହାମାରୀ ଦ୍ୱିତୀୟ ଲହରୀ ତାର କାୟା ବିସ୍ତାର କରୁଥିବା ବେଳେ ଏଥିରେ ରୋକ ଲଗେଇବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ମାନ ଗ୍ରହଣ କରିବା ସହ ସମଗ୍ର ଓଡିଶା କୁ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇଥିଲା। ଗ୍ରାମାଞ୍ଚଳ ମାନଙ୍କ ରେ ସଂକ୍ରମଣ ରେ ରୋକ ଲଗେଇବା ତଥା କୋଭିଡ଼ ପରିଚାଳନା ର ତଦାରଖ କରିବା ନିମନ୍ତେ ଜନ ପ୍ରତିନିଧି ତଥା ସରପଞ୍ଚ ମାନଙ୍କୁ ଜିଲ୍ଲପାଳ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଥିଲା l ଲକଡାଉନ ହେତୁ ଏ ବର୍ଷର ରଜ ଫିକା ପଡ଼ିଥିବା ବେଳେ ସରକାର ଙ୍କ ନିୟମ କୁ ଅବମାନନା କରି, ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଂଚାୟତ ର ସରପଞ୍ଚ ମଙ୍ଗୁ ଖିଲ କରୋନା କଟଣା କୁ ଖୋଲାଖୋଲି ଭାବେ ଉଲଘଂନ କରି ରଜ ଦୋଳି ଖେଳୁଥିବାର ଭିଡ଼ିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ତେବେ ଭାଇରାଲ ଭିଡିଓ ଟିରେ ସରପଞ୍ଚ ମହୋଦୟ ନିଜେ ଦୋଳିରେ ବସିଥିବା ବେଳେ ଦୁଇଜଣ ମହିଳା ତାଙ୍କୁ ଝୁଲାଉଥିବା ସହ ସେହି ସ୍ଥାନ ରେ ଥିବା ସମସ୍ତ ମହିଳା ଓ ଶିଶୁ ମାନେ କରୋନା କଟକଣା କୁ ଉଲଂଘନ କରି ତଥା ସାମାଜିକ ଦୂରତା ଓ ମାସ୍କ ପରିଧାନ ନକରି ସେହି ସ୍ଥାନରେ ଉପସ୍ଥିତ ଥିବା ଜଣାପଡିଛି l ଯେଉଁଠାରେ ସରପଞ୍ଚ ଗ୍ରାମବାସୀଙ୍କୁ ରଜ ପର୍ବ ପାଳନ କରିବାକୁ ବାରଣ କରିବା ପରିବର୍ତ୍ତେ କିପରି ନିଜେ ଗ୍ରାମବାସୀଙ୍କ ସହ ସାମିଲ ହୋଇ ରଜ ମଉଜ କରିଛନ୍ତି l ବର୍ତ୍ତମାନ ଏହା ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଏଥିସହ ସରପଞ୍ଚ ଙ୍କ ବିରୋଧ ରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇଛିl ତେବେ ଏ ନେଇ ଆମେ କୁଡୁମୁଲୁଗୁମ୍ମା ତହସିଲଦାର ବିଜୟ ମାଣ୍ଡାଙ୍ଗୀ ଙ୍କୁ ପଚାରିବାରୁ ସେ ଏହି ଘଟଣା ର ତଦନ୍ତ କରି ତୁରନ୍ତ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।

Comments (0)
Add Comment