କୋଶଲ ନ୍ୟୁଜର ପ୍ରଭାବ, ନିଲା ମାଡକାମୀଙ୍କୁ ମିଳିଲା ପ୍ରଶାସନିକ ସହାୟତା

ମାଲକାନଗିରି ( କୋଶଲ ନ୍ୟୁଜ) ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲୀ ପଞ୍ଚାୟତର ଉଦୟଗିରି ଗ୍ରାମର ଆଦିବାସୀ ଇର୍ମା ମାଡକାମୀଙ୍କ ପୁଅ ନିଲା ମାଡକାମୀ l ପିଲା ବେଳରୁ ବିକଳାଙ୍ଗ, ଛାତି ଫୁଲି ରହିଥିବା ସହ ପିଠି ମଧ୍ୟ ଫୁଲି ରହିଥିବା ଜଣାପଡ଼ିଛି l କୋଶଲ ନ୍ୟୁଜରେ ଏକ ଖବର ପ୍ରସାରିତ ହୋଇଥିଲା “ବିକଳାଙ୍ଗ ହୋଇ ମଧ୍ୟ ହାର ମାନିନି ନିଲା,ସରକାରୀ ସାହାଯ୍ୟକୁ ଅପେକ୍ଷା” l ଏହି ଖବର ପ୍ରସାରଣ ପରେ ଆମ କୋଶଲ ନ୍ୟୁଜର ସବ ଏଡିଟର ପ୍ରଦୀପ କୁମାର ସିଂହ ଏବଂ ଜିଲ୍ଲା ପ୍ରତିନିଧି ବିବେକାନନ୍ଦ ନାଥ ଟୁଇଟ ଯୋଗେ ଜିଲ୍ଲାପାଳ, CDMO, ବିଭାଗୀୟ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ।

Sri Nila Madkami, S/o- Sri Irma Madkami availing Social Security Pension regularly. His families also availing ration regularly. He will be allotted house under any of the housing schemes as and when target will be given. Report attached.

Originally tweeted by COLLECTOR MALKANGIRI (@dm_malkangiri) on July 14, 2021.

ଟୁଇଟ ପରେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନଙ୍କ ତତ୍ପରତା ଦେଖାଇ ଅସହାୟ ନିଲା ମାଡକାମୀଙ୍କୁ ସହାୟତାର ହାତ ବଢ଼େଇ MBPY ଯୋଜନାରେ ତାଙ୍କୁ ମାସିକ 500 ଟଙ୍କା ସହ Ration Card ( PHH ) no- 21070311411 ଓ ସରକାରୀ ଯୋଜନାରେ ତାଙ୍କୁ ଆବାସ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ନିଲା ମାଡକାମୀଙ୍କୁ ସରକାରୀ ସହାୟତା ମିଳିଥିବାରୁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣେଇଛନ୍ତି l

Comments (0)
Add Comment