ଭେକ୍ସିନ କେନ୍ଦ୍ରରେ ଅନିମିୟତା,ଟୀକା ନେବା ପାଇଁ ଯାଇଥିବା ମହିଳା ଆହତ

ମାଲକାନଗିରି ( କୋଶଲ ନ୍ୟୁଜ୍) ଭେକ୍ସିନ କେନ୍ଦ୍ରରେ ଦେଖିବାକୁ ଅନିମିୟତା l ଟୀକା ନେବାକୁ ଆସିଥିବା ଲୋକମାନେ ମାନୁ ନାହାନ୍ତି Covid ଗାଇଡ଼ ଲାଇନ l ଟୀକା ନେବା ପାଇଁ ଆସିଥିବା ମହିଳା ଆହତ l ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଈକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ l ମିଳିଥିବା ସୂଚନା ଅନୁସାରେ କୋଈକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା କାର୍ଯ୍ୟ କ୍ରମ ଚାଲୁଥିବା ସମୟରେ କୋଭିଡ ଟୀକା ନେବା ପାଇଁ ଅହେତୁକ ଜନଗହଳି ଏଠାରେ ଦେଖିବାକୁ ମିଳିଥିଲା। ଏଠାରେ ଟୀକା ନେବାକୁ ଆସିଥିବା ଲୋକମାନଙ୍କ ମଧ୍ୟରେ କୌଣସି ସାମାଜିକ ଦୂରତା ନ ଥିଲା କି ଲୋକମାନେ ଠିକ ଭାବରେ ମାସ୍କର ବ୍ୟବହାର ମଧ୍ୟ କରି ନଥିଲେ l ଏହି ଜଣ ଗହଳି ମଧ୍ୟରେ ଜଣେ ମହିଳା କାନ୍ଥ ପାଖରେ ଠିଆ ହେଇଥିଲେ l ଲୋକଙ୍କ ଭିଡ଼ ବଢ଼ୁଥିବା ବେଳେ ମହିଳା ଜଣକ କାନ୍ଥ ସହ ଲାଗି ଠିଆ ହେଇଥିଲେ l ଏହି ସମୟରେ ମହିଳାଙ୍କ ଉପରେ କଙ୍ଗକ୍ରିଟର ତାଜା ଖସି ପଡିଥିଲା ଯାହା ଫଳରେ ମହିଳା ଜଣଙ୍କ ଘଟଣା ସ୍ଥଳରେ ହିଁ ଗୁରୁତ୍ତର ରୂପେ ଆହତ ହୋଇଥିଲେ।

ଏହାପରେ ତାଙ୍କୁ ତୁରନ୍ତ ଲୋକମାନେ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲେ l ଚିକିତ୍ସାଳୟରେ ମହିଳାଙ୍କ ର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ସମ୍ପୂର୍ଣ ସ୍ୱାସ୍ଥ ସେବା ଯୋଗାଇ ଦିଆ ଯାଇଥିଲା।

Comments (0)
Add Comment