ଦୁଇ ବର୍ଷ ହେଲା ନିର୍ମାଣ ହେଇ ପାରୁନି ଭାଙ୍ଗି ଯାଇଥିବା ପୋଲ

ମାଲକାନଗିରି ( କୋଶଲ ନ୍ୟୁଜ୍) ଅନେକ ଥର ପ୍ରଶାସନର ଦୃଷ୍ଟିଆର୍କଷଣ କରିଥିଲେ ମଧ୍ୟ ପ୍ରଶାସନ ଆମର ଦୁଃଖ ବୁଝୁ ନାହାନ୍ତି । ନିର୍ମାଣ ହେଇ ପାରୁନି ଭାଙ୍ଗି ଯାଇଥିବା ପୋଲ l ଏପରି ଅଭିଯୋଗ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନୁର୍ଗତ ବନଗୁଡା ଗ୍ରାମବାସୀ l ମିଳିଥିବା ସୂଚନା ଅନୁସାରେ ବନଗୁଡା ଠାରୁ ପଲକାଗୁଡାକୁ ସଂଯୋଗ କରୁଥିବା ପୋଲ ଦୁଇ ବର୍ଷ ପୂର୍ବେ ସଂପୁର୍ଣ୍ଣ ଭାଙ୍ଗି ଯାଇଥିଲା l ପୋଲ ନିର୍ମାଣ ନିମନ୍ତେ ଗ୍ରାମବାସୀ ଅନେକ ଥର ପ୍ରଶାସନକୁ ଅବଗତ କରାଇ ଥିଲେ ମଧ୍ୟ କୌଣସିପ୍ରକାର ସୁଫଳ ପାଇପାରି ନାହାନ୍ତି । ବର୍ଷା ଦିନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ର ସୂଚନା ଦେଇଛନ୍ତି ଗ୍ରାମବାସୀ l ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେଇ ପୋଲ ନିର୍ମାଣ ନ କଲେ ଆଗାମି ଦିନରେ ଗ୍ରାମବାସୀ ଆନ୍ଦୋଳନ କୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସୁଚାଇ ଦେଇଛନ୍ତି ।

Comments (0)
Add Comment