BEO ମ୍ୟାଡେମ ଙ୍କ ଡ୍ୟାନସିଂ ଅନ୍ଦାଜ ନାଲି ଶାଢ଼ୀ ପୁଣି ସମ୍ବଲପୁରୀ ଗୀତ, BEO ମ୍ୟାଡାମ ପୁରା ହିରୋଇନ

ମାଲକାନଗିରି (କୋଶଲ ନ୍ୟୁଜ୍) ଭାଇରାଲ ହେଉଛି ମାଲକାନଗିରି ଜିଲ୍ଲା କୁଡୁମୁଳୁଗୁମ୍ମା ର ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଡ୍ୟାନସିଂ ଭିଡିଓ । ସରକାରୀ ଅତିଥି ଭବନରେ ଜମିଲା ନାଚ ଗୀତାର ଆସର ।ସରକାରୀ ପଦବୀର ଅପବ୍ୟବହାର ।ସମ୍ବଲପୁରୀ ଗୀତରେ ନାଚିଲେ ଝୁମିଲେ, କାନ୍ଦକୁ କାନ୍ଦ ଲଗାଇ ଅମାନିଆଙ୍କ ଭଳି କରୁଛିନ୍ତି କାମ l ମିଳିଥିବା ସୂଚନା ଅନୁସାରେ କୋଭିଡ କଟକଣା ର ଧଜିଆ ଉଡାଇ ବିନା ମାକ୍ସ ରେ ଏକାଧିକ ଲୋକଙ୍କୁ ଏକତ୍ରିତ କରି ଡ୍ୟାନ୍ସ କରିବାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି ।ଏହି ଭିଡ଼ିଓଟି ହେଉଛି ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମାର ବ୍ଲକ ଶିକ୍ଷା ଅଧୁକାରୀ ମ୍ୟାଡାମଙ୍କର l ଭିଡିଓ ଟି କେଉଁ ତାରିଖର ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ କରନା କଟକଣା ମଧ୍ୟରେ ହିଁ ଏହି ଭିଡିଓ ଉତ୍ତୋଳନ ହୋଇଥିବା ସୂଚନା ମିଳିଛି ।ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଅତିଥି ଭବନ ରେ ସରକାରୀ କର୍ମଚାରୀ କିଭଳି ସରକାରୀ ନିୟମ କୁ ଉଲଂଘନ କରୁଛନ୍ତି ଏବଂ ଏଥିପ୍ରତି କାହାର ନଜର ନାହିଁ । ତେବେ ଭିଡିଓ ରେ ସ୍ପଷ୍ଟ ରୂପେ ବାରି ହୋଇପଡୁଛି ବିଇଓ ମେଡ଼ମ କିଭଳି ନିଜ କର୍ମଚାରୀ ଙ୍କୁ ଭିଡି ନାଚୁଛନ୍ତି ।

ଏହି ଘଟଣା ବିଷୟରେ ପ୍ରତିକ୍ରିୟା ନେବାପାଇଁ ଆମେ BEO ସୁଶ୍ରୀ ଗାୟତ୍ରୀ ଦେବୀ ଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନଥିଲା ।ତେଶ ସରକାରୀ କର୍ମଚାରୀ ଙ୍କ ଉପରେ କି ପ୍ରକାର ତଦନ୍ତ ହେବ ଆଉ ପଦକ୍ଷେପ ନିଆଯିବ ନା ସରକାରୀ କର୍ମଚାରୀ ବୋଲି ଘଟଣା କୁ ଦବେଇ ଦିଆଯିବ ତାହା ସମୟ ହିଁ କହିବ l

Comments (0)
Add Comment