ସାପ କାମୁଡାରେ ଲବ ଖିଲଙ୍କ ମୃତ୍ୟୁ

ମାଲକାନଗିରି ( କୋଶଲ ନ୍ୟୁଜ୍) ବିଳମ୍ବିତ ରାତିରେ କୌଣସି ଏକ ବିଷଧର ସାପ କାମୁଡିବାରୁ କଂଗେସ କମିଟି ସଭାପତି ଲବ ଖିଲଙ୍କ ମୃତ୍ୟୁ l ମିଳିଥିବା ସୂଚନା ଅନୁସାରେ ଗତ କାଲି ରାତ୍ରିରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କଂଗେସ କମିଟି ସଦସ୍ୟ ତଥା ତାରଲାକୋଟା ପଞ୍ଚାୟତ କଂଗେସ କମିଟି ସଭାପତି ଲବ ଖିଲ ମହୁଲପୁଟ ଗ୍ରାମ ସ୍ଥିତ ନିଜ ବାସଭବନରେ ପରିବାର ଲୋକଙ୍କ ସହ ସୋଇଥିବା ବେଳେ ରାତ୍ରି ସମୟରେ କୌଣସି ଏକ ବିଷାକ୍ତ ସାପ ତାଙ୍କୁ କମୁଡ଼ିଥିଲା । ଏହା ଜାଣିବା ପରେ ପରିବାର ଲୋକେ ତାଙ୍କର ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲବ ଖିଲଙ୍କ ମୃତ୍ର ଖବର ପାଇ ଗ୍ରାମ ତଥା କଂଗେସ କର୍ମୀଙ୍କ ମଧ୍ୟରେ ସୋକର ଛାୟା ଖେଳିଯାଇଥିଲା । ଜିଲ୍ଲା କଂଗେସ ସଭାପତି ଗୋବିନ୍ଦ ପାତ୍ର, ଉପ ସଭାପତି ଭୀମ ବର୍ସେ, କୋରୁକୋଣ୍ଡା ବ୍ଲକ କଂଗେସ ସଭାପତି ବିନାୟକ ପାତ୍ର, ମଙ୍ଗୁ ଖିଲ, ନିର ଗୁଣ୍ଠା, କିଶୋର ଗୋଲରି, ନୀଳାଦ୍ରି ହେନ୍ତାଳ ଓ ବହୁ କଂଗେସ କର୍ମୀଙ୍କ ସମେତ ଗ୍ରାମବାସୀ ସେଶକୃତ୍ର ସମାପନ କରିଥିଲେ ।

Comments (0)
Add Comment