ଚିତ୍ର କଳାରେ ସୁସଜ୍ଜିତ ସୌଦଯ୍ୟରେ ଝଲସି ଉଠୁଛି ମାଲକାନଗିରି

ମାଲକାନଗିରି (କୋଶଲ ନ୍ୟୁଜ୍) ମୁକ୍ତା ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ସହଯୋଗରେ ଅଙ୍କା ଯାଉଛି ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ଚିତ୍ର l ଏହି ଚିତ୍ର ଗୁଡ଼ିକ ଏତେ ସୁନ୍ଦର ଭାବରେ ଅଙ୍କା ଯାଇଛି ଯାହା ସଦର ମହକୁମାର ଲୋକଙ୍କୁ ଆକର୍ଷିତ କରିବା ସହ ଚତୃପାଶ୍ଵ ବିଭିନ୍ନ ଚିତ୍ରରେ ସୁସଜ୍ଜିତ କରିଛି l ଏହି ଚିତ୍ର ଗୁଡ଼ିକ ଦେଖିବା ପାଇଁ ଲୋକମାନେ କିଛି ସମୟ ପାଇଁ ଅଟକି ଯାଉଛନ୍ତି l ବର୍ତ୍ତମାନମାଲକାନଗିରି ସଦର ମହକୁମା ଅନେକ କାନ୍ଥରେ ଚିତ୍ର ଆଙ୍କି କରାଯାଉଛି ସୁସଜ୍ଜିତ l ଜିଲ୍ଳାପଳଙ୍କ କାଯ୍ୟଳୟ କାନ୍ଥ ଠାରୁ ଆରମ୍ଭ କରି, ବିଭିନ୍ନ ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ବସ ଷ୍ଟାଣ୍ଡ ଏବଂ ଡି ଏନ କେ ର ବିଭିନ୍ନ ସରକାରୀ କାନ୍ଥ ଗୁଡିକରେ ଅଙ୍କା ଯାଉଛି ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ଫଟୋ ଚିତ୍ର l ମୁକ୍ତା ଯୋଜନା ମାଧ୍ୟମରେ ରାଜ୍ୟ ସରକାର ନେଇଥିବା ଏପରି ପଦକ୍ଷେପକୁ ସଫଳ କରିପାରିଛି ମାଲକାନଗିରି ପୌର ପରିଷଦ l ଲକଡାଉନ ସମୟରେ ଏପରି କାମ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ଚିତ୍ରଶିଳ୍ପୀ ମାନେ ରୋଜଗାର କ୍ଷମ ମଧ୍ୟ ହେଇପାରିଛନ୍ତି l ଏଠାରେ କିଏ ରଙ୍ଗ ମିଶାଇବାରେ ବ୍ୟସ୍ତ ତ କେହି ତୁଳି ଧରି ସୁନ୍ଦର ସୁନ୍ଦର ଚିତ୍ର ଅଙ୍କିବାରେ ବ୍ୟସ୍ତ l

ବିଭିନ୍ନ ପାଚେରି କାନ୍ଥରେ ମହପୁରୁଷଙ୍କ ଚିତ୍ର, କରୋନା ସଚେତନତା ଚିତ୍ର, ବିଭିନ୍ନ ପଶୁ, ପକ୍ଷୀ, ଫୁଲ ଓ ପ୍ରାକୃତିକ ଦୃଶ୍ୟ ଅଙ୍କନ ଦେଖିବାକୁ ମିଳିଛି l ଏହି ଚିତ୍ର ଗୁଡ଼ିକ ଅନେକ ସଚେତନତା କରିବା ସହ କିଛି ମହତ ବାର୍ତ୍ତା ମଧ୍ୟ ଦେଇଥାଏ l ମାଲକାନଗିରି ସଦର ମହକୁମାର ବିଭିନ୍ନ କାନ୍ଥରେ ଏପରି ଚିତ୍ର ଅଙ୍କନ ବୁଦ୍ଧିଯିବି ମହଲରେ ପ୍ରଶଂସା କରାଯାଇଛି l ଏପରି ଚିତ୍ର ଅଙ୍କନ ପରେ ମାଲକାନଗିରି ସଦର ମହକୁମା ସୌଦଯ୍ୟରେ ଝଲସି ଉଠିଛି l

Comments (0)
Add Comment