ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ନାମ ଫଳକରେ ଭୁଲ ମାଲକାନଗିରି ହେଲା ମାଲକାନାଗିରି

ମାଲକାନଗିରି ( କୋଶଲ ନ୍ୟୁଜ୍) ଜିଲ୍ଲାପାଳଙ୍କ କାର୍ଯାଳୟ ବୋର୍ଡରେ ମାଲକାନଗିରି ଜିଲ୍ଲାର ନାମକୁ ଇଂରାଜୀରେ ଲେଖା ଯାଇଛି MALAKANAGIRI (ମାଲକାନାଗିରି) l ଯାହାକି ରେକଡୀକାଲି MALKANGIRI ହେବାକଥା। ଆଜକୁ ପ୍ରାୟ ଆଠ ରୁ ନଅ ମାସ ହେବ କାର୍ଯ୍ୟାଳୟରେ ଏହି ଭୁଲ ଲେଖା ଥିବା ବୋର୍ଡଟି ଲାଗି ରହିଛି। ସେହି ସମୟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏହି ଜିଲ୍ଲା ଦାୟିତ୍ୱରେ ରହିଥିବା ବେଳେ ତାପରେ ସେ ବଦଳି ହୋଇ ଡ. ୟାଦୁଲା ବିଜୟ ଆସି ସେ ପୁଣି ରିଲିପି ହୋଇ ସାରିଲେଣି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଜିଲ୍ଲା ସ୍ତରୀୟ ଅଫିସରଙ୍କ ସେହି ଭୁଲ ଉପରେ ନଜର ପଡୁନି, ଯେ ତାହା କିଭଳି ସଂଶୋଧନ ହେବ।ଏହି ଭୁଲ ମାଲକାନଗିରି ଜିଲ୍ଲାବାସୀଙ୍କୁ ଲଜ୍ଜିତ କରିଦେଇଛି ବୋଲି ଚର୍ଚ୍ଚା ଚାଲିଥିବା ସୂଚନା ମିଳୁଛି। ଏପରି ଭୁଲ କିଏ କରିଛି ? ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏହି ନାମ ଫଳକଟି ମାଲକାନଗିରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦିଆଯାଇଥିବା ଜଣା ପଡୁଛି l ଏଠାରେ ପ୍ରଶ୍ନ ଉଠୁଛି ବ୍ୟାଙ୍କର କର୍ମଚାରୀ ମାନେ କଣ ଜିଲ୍ଲାର ନାମ ଠିକ ଭାବରେ ଜାଣୁ ନାହାନ୍ତି କି ? ତେବେ ଏପରି ଭୁଲ ଲେଖିଛନ୍ତି କାହିଁକି ? ବୋର୍ଡ଼ ଲାଗିବା ପୂର୍ବରୁ କିଏ ବି ଏହି ଭୁଲକୁ ଦେଖିପାରିଲେ ନାହିଁ କି ? ଶିକ୍ଷିତ ଲୋକଙ୍କର ଏହା ହିଁ ପରିଚୟ କି ? ନିଜ ଜିଲ୍ଲାର ନାମ କୁ ସେମାନେ ଠିକ ଭାବରେ ଜାଣୁ ନାହାନ୍ତି l ସାଧାରଣ ରେ ଏହିଭଳି ବିଭିନ୍ନ ପ୍ରଶ୍ନ ଆସୁଥିବା ଶୁଣିବାକୁ ମିଳୁଛି ।

Comments (0)
Add Comment