ମାଓବାଦୀମାନଙ୍କ ସହ ଗୁଳିବିନିମୟ

ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ବର ଜିଲ୍ଲା ଏଲଙ୍ଗନା ଜଙ୍ଗଲ ମାଓବାଦୀମାନଙ୍କ ସହ ଗୁଳିବିନିମୟ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଏଲଙ୍ଗନା ଜଙ୍ଗଲରେ ଡି ଆର ଜି ଯବାନ ମାନେ କୁମିଙ୍ଗ କରୁଥିବା ସମୟରେ ମାଓବାଦୀମାନଙ୍କ ସହ ଗୁଳିବିନିମୟ ହୋଇଥିଲା । ଗୁଳିବିନିମୟ ପରେ ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହେଇଥିଲା, ସର୍ଚ୍ଚ ଅପରେସନ ସମୟରେ ଜଣେ ପୁରୁଷ ମୋବାଦୀର ମୃତ ଶରୀର ମିଳିଥିଲା । ମୃତ ମାଓବାଦୀଙ୍କ ନାମରେ 3 ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା । ଏହି ଗୁଳିବିନିମୟରେ ଅନ୍ୟ ମାଓବାଦୀ ମାନେ ଜଙ୍ଗଲର ଆଡ ଦେଖାଇ ପଳାୟନ କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ଘଟଣା ସ୍ଥଳରୁ ଏକେ 47 ରାଇଫଳ -1 , ବୋର ରାଇଫଲ –3 , ପିସ୍ତଲ -3 ସହ ଅନ୍ୟ ମାଓ ସାମଗ୍ରୀ ମଧ୍ୟ ଜବତ ହେଇଛି l

Comments (0)
Add Comment