ମାଓ ଆକ୍ରମଣ ପଣ୍ଡ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କଲା ଜିଲ୍ଲା ପୋଲିସ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣ ଓ ହିଂସାକାଣ୍ଡ କାର୍ଯ୍ୟକଳାପ କରିବା ପାଇଁ ସିପିଆଇ ମାଓବାଦୀଙ୍କ ଗତିବିଧିକୁ ପଣ୍ଡ କଲା ସଶସ୍ତ୍ର ବାହିନୀ । ମାଓ ଗତିବିଧି ବିଷୟରେ ନିର୍ଭରଯୋଗ୍ୟ ଗୁପ୍ତଚର ସୂଚନା କୁ ଆଧାର କରି ସୀମାନ୍ତ ଅଞ୍ଚଳରେ ଏସ ଓ ଜି ଏବଂ ମାଲକାନଗିରି ଡିଭିଏଫ୍ ଟିମ କୁ ନେଇ ଓଡିଶା ପୋଲିସ୍ ଟିମ୍ ୧୪/୦୬/୨୦୨୧ ରେ ଏକ ସର୍ଚ୍ଚ ଏବଂ ଏରିଆ ଡୋମିନେସନ୍ ଅପରେସନ୍ ଆରମ୍ଭ କରିଥିଲା। ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଗତକାଲି ଅପରାହ୍ନରେ ଯେତେବେଳେ କୁଲାବେଡା ଗ୍ରାମ ନିକଟ ଜଙ୍ଗଲ ଅଞ୍ଚଳରେ କମ୍ବିଂ କରୁଥିଲା, ସେତେବେଳେ ମାଓବାଦୀଙ୍କ ପକ୍ଷରୁ ହଠାତ୍ ଗୁଳି ବିନିମୟ ହୋଇଥିଲା। ଯବାନ ଙ୍କ ପକ୍ଷରୁ ସତର୍କତା ଅବଲମ୍ବନ ସହ ମାଓବାଦୀ ଙ୍କୁ ଆତ୍ମସମର୍ପଣ କରିବାପାଇଁ ଆହ୍ଵାନ ଦେବାସହ ଗୁଳି ଚାଳନା ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିଲେ । କିନ୍ତୁ ମାଓବାଦୀ ଙ୍କ ଦ୍ଵାରା ଗୁଳିଚାଳନା ପରେ ଏସଓଜି ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା । ମାଓବାଦୀ ମାନେ ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳର ସୁଯୋଗ ନେଇ ସେହି ଅଞ୍ଚଳରୁ ଦୌଡ଼ିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ଅଞ୍ଚଳକୁ ପୁଙ୍ଖାନୁପୁଙ୍ଖ ତଲାସୀ କରାଯାଇଥିଲା ଏହି ତଲାସୀ ସମୟରେ ଗୋଟିଏ ଆଇ ଏନ ଏସ ଏ ଏସ ରାଇଫଲ ସମେତ ବହୁ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଗୁଳି ଏବଂ ବହୁ ମାଓ ସାମଗ୍ରୀ ଜବତ କରାଯାଇଥିଲା।

ଏହି ଅପରେସନ ରେ ଉଦ୍ଧାର ହୋଇଥବା ମାଓ ସାମଗ୍ରୀ ଗୁଡିକ 1.ଗୁଳି ୧୯ ରାଉଣ୍ଡ 1. ଇଂସାସ ରାଇଫଲ 2. 5.56 x 39 mm ଗୁଳି 3. 7.62 x 45 mm ବଲ୍ ଗୁଳି (AK-47) 15 Nos AK-47 ମଗାଯିନ (ଷ୍ଟିଲ) 5. ଇଂସାସ ମାଗାଯିନ 01 No 02 ନଂ 4. ଡିଟୋନେଟର, ପାୱାର ବ୍ୟାଙ୍କ, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଆଇ ଇ ଡି ତିଆରି ସାମଗ୍ରୀ ମାଓବାଦୀ କିଟ୍ ବ୍ୟାଗ 6. ମାଗାଜିନ ଥଳି 7. ଡିଜିଟାଲ କ୍ୟାମେରା (ସୋନି) 8. ଅନ୍ୟ ମାଓବାଦୀ ସାହିତ୍ୟ, ଔଷଧ ଏବଂ ନିତିଦିନିଆ ବ୍ୟବହାର ଜିନିଷ । କିଛିଦିନ ତଳେ ମାନ୍ୟବର ସିଏମ୍, ଓଡିଶା ଏବଂ ଡିଜିପି, ଓଡିଶା ପୋଲିସ୍ ଆତ୍ମସମର୍ପଣ ତଥା ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସକ୍ରିୟ ନକ୍ସଲମାନଙ୍କୁ ଆହ୍ୱାନ ଦେଇଥିଲା। ମାଓ ଅଞ୍ଚଳରେ ପୋଲିସର ଉପସ୍ଥିତି ବୃଦ୍ଧି ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହେତୁ ମାଓବାଦୀମାନେ ଏହି କ୍ଷେତ୍ରରେ ଜନସାଧାରଣଙ୍କ ସମର୍ଥନ ହରାଉଛନ୍ତି ଏବଂ ଏହିପରି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। କୋଭିଡ ୧୯ ରେ ପୀଡିତ ଅନେକ ମାଓବାଦୀଙ୍କ ବିଷୟରେ ମଧ୍ୟ ବିଶ୍ୱସନୀୟ ସୂତ୍ରରୁ ଖବର ଅଛି ତେଣୁ ଆମେ ପୁନର୍ବାର ସକ୍ରିୟ ମାଓବାଦୀ କ୍ୟାଡର ଏବଂ ମିଲିସିଆ ମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ବିକାଶମୂଳକ କାର୍ଯ୍ୟ , ଉନ୍ନତ ଚିକିତ୍ସା ପାଇଁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମାଲକାନଗିରି ଏସପି ରିଷିକେଶ ଡି ଖିଲାରୀ ଏକ ପ୍ରେସ ବାର୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି ।

Comments (0)
Add Comment