ମାଲକାନଗିରି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ମନ୍ତ୍ରୀ ତୁଷାର କାନ୍ତି ବେହେରା

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ସହିତ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଏକ ସଭା ଆୟୋଜନ କରିଯାଇ ଥିଲା। ଉକ୍ତ ସଭାରେ ମାଲକାନଗିରି ଜିଲ୍ଲା ଗସ୍ତ ରେ ଏଲେକ୍ଟ୍ରୋନିକ ଏବଂ ଇନଫରମେସନ ଟେକନୋଲୋଜି ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତୁଷାର କାନ୍ତି ବେହେରା ଉପସ୍ଥିତ ଥିଲେ l ମାଲକାନଗିରି ଜିଲ୍ଲାର ରାସ୍ତା ଓ ଗୃହ ନିର୍ମାଣ ବିଭାଗ,ରୁରାଲ ୱାର୍କସ,ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ବିଦ୍ୟୁତ ବିଭାଗ ଗୁଡିକର ଅଧିକାରୀଙ୍କ ସହିତ ଆଲୋଚନା କରି ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ କାର୍ଯ୍ୟ ର ଅଗ୍ରଗତି ବିଷୟରେ ପଚାରିବୁଝିଥିଲେ, ଏବଂ ସବୁ କାର୍ଯ୍ୟଗୁଡିକ ସୁଚାରୁରୂପେ ଏବଂ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କିପରି ଶେଷ କରିବେ ତା ଉପରେ ଆଲୋକପାତ କରିଥିଲେ। ସୀମାନ୍ତବର୍ତୀ ଅଂଚଳର ରାସ୍ତା କାର୍ଯ୍ୟ ଗୁଡିକ କିଭଳି ଶୀଘ୍ର ସେସ ହେବ ସେନେଇ ବିଭାଗୀୟ ଅଧିକାରୀ ମାନଙ୍କ କହିଥିଲେ ମନ୍ତ୍ରୀ ଶ୍ରୀ ବେହେରା।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ସହିତ,ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ ଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ୟ ମାଡି, ଜିଲ୍ଲା ପରିଷଦ ଅଧକ୍ଷ ଦଶରଥ ପଡ଼ିଆମୀ ଏସ ଡି ସି ଚେୟାରମ୍ୟାନ ମାନସ ମାଡକାମୀ ଏବଂ ଜିଲ୍ଲା ପ୍ଲାନିଂ କମିଟି ର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ। ଏଥି ସହ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments (0)
Add Comment