ଯୁବତୀର ରହସ୍ୟମୟ ମୃତ୍ୟୁ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ସଦର ମହକୁମା ୧୧୯ କଲୋନୀରେ ଗତକାଲି ସନ୍ଧ୍ୟାରେ ଘଟିଛି ଏକ ଅଭାବନୀୟ ଘଟଣା । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ଝିଅ । ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଭାଗିରଥ ପାଣିଗ୍ରାହୀଙ୍କ ଏକ ମାତ୍ର ଝିଅ ଗତକାଲି ସନ୍ଧ୍ୟା ସମୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କିନ୍ତୁ ଏହା ଆତ୍ମହତ୍ୟା ନା ହତ୍ୟା ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ। ପ୍ରକାଶ ଭାଗିରଥିଙ୍କ କନ୍ୟା ସାବିତ୍ରୀ ଜଣେ ମେଧାବୀ ଛାତ୍ରୀ ଉଚ୍ଚ ଶିକ୍ଷିତା ଥିଲେ। କିଛି ବର୍ଷ ପୂର୍ବେ ଭାଗିରଥିଙ୍କ ଏକ ମାତ୍ର ପୁଅ ଷୋହଳ ବର୍ଷ ବୟସରେ ସେ ମଧ୍ୟ ଆତ୍ମହତ୍ୟା କରିଥିଲେ । ଏବେ ଏକ ମାତ୍ର ଝିଅର ମୃତ୍ୟୁ ପଥକୁ ଆଦରି ନେବା ନିଶ୍ଚିତ ଭାବେ ସନ୍ଦେହ ସୃଷ୍ଟି କରୁଛି । ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଂଚି ଶବ ଜବତ କରି ବ୍ୟବଛେଦ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି। ପୋଲିସ ପାରିବାରିକ ହିଂସାର ଦିଗକୁ ଗୁରୁତ୍ବ ଦେଇ ତଦନ୍ତ କଲେ ନିସ୍ତୁର ସତ୍ୟ ଉନ୍ମୋଚିତ ହୋଇପାରିବ ବୋଲି ସ୍ଥାନୀୟରେ ଦାବି ହେଉଛି l

Comments (0)
Add Comment