ନେହୁରୁ ଯୁବକେନ୍ଦ୍ର ଓ ୟୁନିସେଫ ଓଡ଼ିଶାର ସାମାଜିକ, କରୋନା, ବାଲ୍ୟ ବିବାହକୁ ନେଇ ମିଳିତ ଆଲୋଚନାଚକ୍ର

ମାଲକାନଗିରି ( କୋଶଲ ନ୍ୟୁଜ୍) ନେହୁରୁ ଯୁବକେନ୍ଦ୍ର ମାଲକାନଗିରି ଦ୍ୱାରା ଏକ ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟି ନେହୁରୁ ଯୁବକେନ୍ଦ୍ର ସଙ୍ଘଠନ ଓଡ଼ିଶା ଏବଂ ୟୁନିସେଫ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ କରାଯାଇଥିଲା ।ମୁଖ୍ୟ ଅତିଥି ରୂପେ
ଆଞ୍ଚଳିକ ନିର୍ଦ୍ଦେଶକ ନେହୁରୁ ଯୁବକେନ୍ଦ୍ର ଓଡ଼ିଶାର ନବିନ ନାୟକ ଏବଂ ଶ୍ରୀମତୀ ରିତା ଭଗତ ରାଜ୍ୟ ନିର୍ଦେଶୀକା ଓ ଅନ୍ୟ ତମ ଅତିଥି ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଟି ଅନଲାଇନ ମାଧ୍ୟମରେ ହୋଇଥିବାବେଳେ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲାର ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ ।

ଯଥା ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନଗିରି, ନୟାଗଡ଼, ଯାଜପୁର,ସୁନ୍ଦରଗଡ଼,ଝାରସଗୁଡା ଏବଂ କେନ୍ଦ୍ରାପଡ଼ା ରୁ ପ୍ରାୟ ୫୦୦ଜଣ ଏଥିରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୋସିଆଲ ମିଡ଼ିଆର ବ୍ୟବହାର, କୋଭିଡ-19 ଆୱାରନେସ, ଶିଶୁସୁରକ୍ଷା ,ବାଲ୍ୟବିବାହ ରୋକ ଏବଂ ପରିବେଶ ପରିଛନ୍ନତା ଉପରେ ଆଲୋକପାତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ହରିଶ ରୂପାଲ ପରିଚାଳନା କରିଥିବାବେଳେ ଅନ୍ୟ ଜିଲ୍ଲା ଯୁବ ଅଧିକାରି ଅକ୍ଷୟ ନିପାଣେ,ଅମୃତେଶ ଅନୁରାଗ,ବାସୁଦେବ ତିରୁପତି, ଭେଙ୍କେଟ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment