ପୋଲିସ ପକ୍ଷରୁ ନୂତନ ଭାରତର ନୂତନ ଆଇନ୍ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

ମାଲକାନଗିରି(କୋଶଲ ନ୍ୟୁଜ୍):-ପୂର୍ବରୁ ଚାଲି ଆସିଥିବା Indian Penal Code (I. P. C.) 1860, Code of Criminal Procedure (Cr. P. C.) 1973 ଓ Indian Evidence Act, 1872 ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରି Bharatiya Nyaya Sanhita (B.N.S.) 2023, the Bharatiya Nagarik Suraksha Sanhita (B.N.S.S.) 2023 ଓ Bharatiya Sakshya Adhiniyam (B.S.A.) 2023 ଗତ ୨୫ ଡ଼ିସେମ୍ବର  ୨୦୨୩ ରେ ରାଷ୍ଟ୍ରପତିଙ୍କ ଦ୍ଵାରା ଅନୁମୋଦନ ହେବାସହ ୧ ଜୁଲାଇ  ୨୦୨୪ ଠାରୁ ସମସ୍ତ ଭାରତ ବର୍ଷରେ ଲାଗୁ କରାଯାଇଛି । ଏହି ପରିପେକ୍ଷୀ ରେ ଆଜି ଏମ୍ ଭି ୭୯ ଥାନା ରେ ଆଇ ଆଇ ସି ଶ୍ରୀ ସୁବାଷ ଚନ୍ଦ୍ର କର୍କରା ଙ୍କ ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ କାର୍ଯ୍ୟକାରିତା ଆଇନ୍ ସମ୍ବନ୍ଧରେ ଶ୍ରୀ କର୍କରା ବାବୁ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଟି ଶ୍ରୀ କର୍କରା ବାବୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏସ ଆଇ ଗିରିଶ ଚନ୍ଦ୍ର ସାର୍କା , ଏ ଏସ ଆଇ ଖୁଦା ବଲ୍ ମାଝୀ ଏବଂ ଥାନାର ସମସ୍ତ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟକାରୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତାଣ୍ଡବାଇ ସରପଞ୍ଚ ସତ୍ୟ ମାଡକାମି, ଭୁବନପାଲ୍ଲି ସରପଞ୍ଚ ପୁଷ୍ପାଞ୍ଜଳି ମାଡ଼କାମୀ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପରିତୋସ୍ ସରକାର ଓ ସମୀର ମିସ୍ତ୍ରୀ,ବରିଷ୍ଟ ବୁଦ୍ଧିଜୀବୀ ସତ୍ୟ ନାରାୟନ ସୁବୁଦ୍ଧି,ମଧୁସୂଦନ ରାଉତ, ସ୍ୱପନ ନାଥ,ବିଷ୍ଣୁ ସ୍ୱାଇଁ, ଦୀପକ ଦତ୍ତ, ନାରାୟଣ ସରକାର, ରାଜକିଶୋର ମଣ୍ଡଳ, ଜୟନ୍ତ ମଜୁମଦାର ପ୍ରମୁଖ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ।

Comments (0)
Add Comment