ମହୁପଦରରେ ପ୍ରତିଷ୍ଠା କରାଯାଇଛି ନୂତନ BSF କ୍ୟାମ୍ପ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଓ କାର୍ଯ୍ୟକଳାପ ଉପରେ ନଜର ରଖାଯିବା ସହ ମାଓ ଗତିବିଧି ଦମନ ପାଇଁ ପ୍ରତିଷ୍ଠା କରାଯାଇଛି BSF କ୍ୟାମ୍ପ l ଛତିଶଗଡ଼ ସୀମାକୁ ଲାଗି ରହିଥିବା ଦୁର୍ଗମ ତୁଳସୀ ପାହାଡ ସଂରକ୍ଷିତ ଜଙ୍ଗଲର ମହୁପଦର ଠାରେ ପ୍ରତିଷ୍ଠା ହେଇଛି ଏକ ନୂତନ ବିଏସଏଫ କ୍ୟାମ୍ପ ।BSF ୧୬୦ ବାଟାଲିୟନର ଯବାନଙ୍କ ଦ୍ବାରା ଏଠାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯିବା ସହ ମାଓ ଗତିବିଧି ଦମନ କରାଯିବ।ମହୁପଦର ଅଞ୍ଚଳର ସମସ୍ତ ମାଓବାଦୀ ଆତ୍ମସମର୍ପଣ କରନ୍ତୁ ବୋଲି ମାଲକାନଗିରି ଜିଲ୍ଲା BSF ମୁଖ୍ୟ ଡିଆଇଜି ସଞ୍ଜୟ କୁମାର ସିଂହ ଆହ୍ୱାନ ଦେବା ସହ ଆତ୍ମସମର୍ପିତ ମାଓବାଦୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ଏହି ଅବସରରେ ୧୬୦ ବାଟାଲିୟନ କମାଣ୍ଡାଣ୍ଡ ତିର୍ଥ ଆଚାର୍ଯ୍ୟ , ଏସପି ଋଷିକେଷ ଦ୍ୟାନଦେଓ ଖିଲାରୀ (IPS) , ଜିଲ୍ଲା BSF ଗୁଇନ୍ଦା ମୁଖ୍ୟ ଶୁଭଞ୍ଜନ ମହାପାତ୍ର , ଅତିରିକ୍ତ ଏସପି ମନୋଜ କୁମାର ସିଂହ , ମନୀଷ କୁମାର ଗୁପ୍ତା , ପ୍ରକାଶ ସିଂହ , ଛତିଶଗଡ଼ ପୁଷପାଲ ଥାନା ଅଧିକାରୀ ହୁବଲାଲ ଚନ୍ଦ୍ରାକର , ମାଥିଲି ଥାନା ଅଧିକାରୀ ରଘୁନାଥ ମାଝି , ମହୁପଦର ସରପଞ୍ଚ ଶିବଶଙ୍କର ଦୁରୁଆ , କମାରପାଲି ସରପଞ୍ଚ ବସନ୍ତ ମାଢିଙ୍କ ସହ ଦୁଇ ଗ୍ରାମର ପାଖାପାଖି ୧୫୦ ପୁରୁଷ ମହିଳା ପିଲାମାନେ ଉପସ୍ଥିତ ଥିଲେ।ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ବେଳେ ବିଏସଏଫ ସ୍ଥାନୀୟ ଲୋକଙ୍କ ନିକଟତର ହୋଇ ପାରିଥିବା ବେଳେ ପୁଲିସର ଉପସ୍ଥିତି ଗ୍ରାମବାସୀଙ୍କ ମନୋବଳ ବଢାଇଥିବା କୁହାଯାଉଛି।

Comments (0)
Add Comment