ଦାଇତ୍ୱ ଗ୍ରହଣର ଦ୍ୱିତୀୟ ଦିନରେ ମୋଟୁ ଗ୍ରସ୍ତ କଲେ ନୂତନ ଜିଲ୍ଲପାଳ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲାର ନୂତନ ଜିଲ୍ଲାପାଳ ବିଶାଲ ସିଂ ଦାଇତ୍ବ ଗ୍ରହଣ କଲାପରେ ଆଜି ସୀମାନ୍ତ ମୋଟୁ ଅଞ୍ଚଳ ଗସ୍ତ କରିଛନ୍ତି । ମାଲକାନଗିରି ସୀମାନ୍ତ ପ୍ରବେଶ ପଥ ମୋଟୁ ଚେକପୋଷ୍ଟ ପରିଦର୍ଶନ କରିଥିଲେ l ସେଠାରେ ନିୟୋଜିତ ଅଧିକାରୀ ମାନଙ୍କ ସହିତ ପ୍ରବାସୀ ଶ୍ରମିକଙ୍କ ପାଇଁ କରାଯାଉଥିବା ସୁବିଦା ସୁଯୋଗ ଉପରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୋଟୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗ୍ରସ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଏହାର କିଭଳି ରୂପେ ସମାଧାନ କରାଯାଇ ପାରିବ ସେ ନେଇ ବିଭାଗୀୟ ଅଧୁକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ମୋଟୁ ସ୍ଥିତ ମୁଗି ପଏଣ୍ଟକୁ ଗସ୍ତ କରି ସେଠାକାର ମଧୁସୂଦନ ପାର୍କର ଉନ୍ନତି କରଣ କରାଯାଇ ପାରିବ ଏବଂ ରକ୍ଷଣାବେକ୍ଷଣ କରାଯାଇ ପାରିବ ସେ ନେଇ ସ୍ଥାନୀୟ ତହସିଲଦାର ଓ ବି.ଡି.ଓଙ୍କ ସହ ଆଲୋଚନା କରିଥିଲେ l ଛତିଶଗଡ ସରକାର ପକ୍ଷରୁ ନିର୍ମାଣଧିନ ଥିବା କୋଂଟା ଏବଂ ମୋଟୁକୁ ସଂଯୋଗ କରୁଥିବା ପୋଲର ନିର୍ମାଣ ସ୍ଥଳ ବୁଲି କାର୍ଯ୍ୟର ସମୀକ୍ଷା କରିଥିଲେ ।

ଏହି ଗସ୍ତ ସମୟରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ରିଷିକେଶ ଡି ଖିଲାରୀ ମଧ୍ୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ମୋଟୁ ତହସିଲ୍‌ଦାର ଶଶାଙ୍କ ଶେଖର ମିଶ୍ର, କାଲିମେଳା ବି.ଡି.ଓ ଉମା ଶଙ୍କର ଦଳାଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment