କୋଭିଡ଼ ନିୟମକୁ ଖାତିର ନ କରି ଲୋକେ ନେଉଛନ୍ତି ପି ଡି ଏସ ସାମଗ୍ରୀ

ମାଲକାନଗିରି ( କୋଶଲ ନ୍ୟୁଜ୍) କରୋନାର ଦ୍ୱିତୀୟ ଲହରୀ ଅତି ଭୟଙ୍କର ହେଇଥିବାରୁ ସରକାର ଲୋକଙ୍କୁ ସଚେତନ କରେଇବା ସହ ସାଧାରଣ ଲୋକେ ଯେପରି କରୋନାରେ ସଂକ୍ରମଣ ନ ହୁଅନ୍ତି ସେଥି ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି l ମାତ୍ର Covid ର କୌଣସି ନୀତି ନିୟମକୁ ମାନୁ ନାହାନ୍ତି
କିଛି ଅମାନିଆ l ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ଠାରୁ ମାତ୍ର 10 କିମି ଦୂର ଗୌଡ଼ଗୁଡା ପଂଚାୟତର କାର୍ଯ୍ୟାଳୟ ଠାରେ l ସୂଚନା ଅନୁସାରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଲୋକଙ୍କୁ Pds ସାମଗ୍ରୀ ଦିୟାଯାଉଛି l ଏହି ସାମଗ୍ରୀ ନେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜମିଛି ଅମାନିଆଙ୍କ ପ୍ରବଳ ଭିଡ଼ l

ସ୍ଥାନୀୟ ସରପଞ୍ଚ ଓ GRS ଲୋକଙ୍କୁ Pds ସାମଗ୍ରୀ ଦେବା ପୂର୍ବରୁ ସାମାଜିକ ଦୂରତା ରଖିବାକୁ ଅନୁରୋଧ କରିଥିଲେ l ମାତ୍ର Pds ସାମଗ୍ରୀ ନେବା ଲୋଭରେ ଫୁ କରି ଦେଇଛନ୍ତି Covid ର ସବୁ ନୀତି ନିୟମକୁ l ନା ଅଛି ଏଠାରେ ଲୋକଙ୍କ ମୁହଁରେ ମାସ୍କ,ନା ଅଛି ସାମାଜିକ ଦୂରତା l ଲୋକଙ୍କୁ ସଂକ୍ରମଣ ବିଷୟରେ ସଚେତନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକ ଭାଇ ମାନଙ୍କ ଦ୍ଵାରା କରାଯାଇଛି ସଚେତନ ରଥ l ଏହି ରଥ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ Covid ସଂକ୍ରମଣ ବିଷୟରେ ଅବଗତ କରାଉଛି l ସେଠାରେ ପୁଣି ଏମିତି କାହିଁକି ? କାହିଁକି ମାନୁ ନାହାନ୍ତି ଅମାନିଆ ? ଯେଉଁଠାରେ ସମ୍ପୂର୍ଣ ବିଶ୍ୱ କରୋନା ସଂକ୍ରମଣକୁ ଭୟ କରୁଛି ସେଠାରେ ଏହି ଅମାନିଆଙ୍କୁ ସଂକ୍ରମଣର କୌଣସି ଭୟ କାହିଁକି ନାହିଁ ? ଏହିଭଳି ବିଭିନ୍ନ ପ୍ରଶ୍ନ ବର୍ତ୍ତମାନ ସ୍ଥାନୀୟରେ ଚର୍ଚ୍ଚାର ବିଷୟ ପାଲଟିଛି l

Comments (0)
Add Comment