ଆତ୍ମସମର୍ପଣ କଲେ ପୁଣମ୍ ରାଜେଶ

ମାଲକାନଗିରି (କୋଶଲ ନ୍ୟୁଜ୍) ଦୀର୍ଘ ସମୟ ଧରି ସେ ନକ୍ସଲ ସଂଗଠନରେ ଯୋଗ ଦେଇ ବିଭିନ୍ନ ଘଟଣା କରିଥିଲେ। ବର୍ତ୍ତମାନ ଛତିଶଗଡ ସରକାରଙ୍କ ପୁନର୍ବାସ ନୀତି (Rehabilitation Policy of Chhattisgarh Government) ଦ୍ୱାରା ପ୍ରଭାବିତ ପୁଣାମ ରାଜେଶ ସମାଜର ମୁଖ୍ୟ ସ୍ରୋତରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ପୁଣମ୍ ରାଜେଶଙ୍କ ଉପରେ 3 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ନକ୍ସଲ ପୁଣାମ ରାଜେଶ କଙ୍ଗର ଉପତ୍ୟକା କ୍ଷେତ୍ର କମିଟିର ଦୀର୍ଘ ଦିନର ସଦସ୍ୟ ଥିଲେ। ବସ୍ତର ଏସପି ଦୀପକ ଝା ( SP Deepak Jha)କହିଛନ୍ତି, ଯେ ଆତ୍ମସମର୍ପଣ କରିଥିବା ନକ୍ସଲ ପୁଣାମ ରାଜେଶଙ୍କୁ 10 ହଜାର ଟଙ୍କା ପ୍ରୋତ୍ସାହନ ଦେବା ସହିତ ଖୁବ ଶୀଘ୍ର ପୁନର୍ବାସ ନୀତିର ଲାଭ ମଧ୍ୟ ଦିଆଯିବ।

Comments (0)
Add Comment