ଲାଲ୍ ବାହିନୀର ପୋଷ୍ଟର ପରେ ଏବେ ଗୁଇନ୍ଦା ବିଭାଗ ପୋଷ୍ଟର

ମାଲକାନଗିରି (କୋଶଲ ନ୍ୟୁଜ୍) ଲାଲ୍ ବାହିନୀର ପୋଷ୍ଟର ପରେ ଏବେ ଗୁଇନ୍ଦା ବିଭାଗ ପୋଷ୍ଟର l ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୂର୍ବରୁ ଲାଲ୍ ବାହିନୀର  ପୋଷ୍ଟର ଦେଖିବାକୁ ମିଳୁଥିଲା l ବର୍ତ୍ତମାନ ସେଠାରେ ଲାଲଗଡ଼ରେ ରାଜ୍ୟ ଗୁଇନ୍ଦା ବିଭାଗର ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ମାଓବାଦୀଙ୍କ ଉଦ୍ଦେଶ୍ୟରେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି ।

ସରକାରଙ୍କ ତରଫରୁ ତାଙ୍କୁ ମାଗଣାରେ ତାଲିମ, ଘର ଓ ରୋଜଗାର ପନ୍ଥା ଯୋଗାଇବା ସହ ସେମାନଙ୍କ ବିରୋଧରେ ଥିବା ସବୁ ମାମଲାକୁ ପ୍ରତ୍ୟାହର କରାଯିବ ବୋଲି ମାଓବାଦୀଙ୍କ ଉଦ୍ଦେଶ୍ୟରେ ଫୋନ୍ ନମ୍ବର ସହ ଏଭଳି ଏକ ପୋଷ୍ଟର ଜାରି କରିଛନ୍ତି ରାଜ୍ୟ ଗୁଇନ୍ଦା ବିଭାଗ ।

Comments (0)
Add Comment