ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି/କୋରୁକୋଣ୍ଡା ( କୋଶଲ ନ୍ୟୁଜ୍) ୪୦ କିମି ଭାରରେ ବୁହାହେଲେ ଗର୍ଭବତୀ। ଗ୍ରାମକୁ ରାସ୍ତା ନଥିବାରୁ ବାରମ୍ବାର ଦେଖିବାକୁ ମିଳୁଛି ଜନନୀ ଯନ୍ତ୍ରଣାର ଦୃଶ୍ୟ lମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ବିଚ୍ଛିନ୍ନାଞ୍ଚଳ ଗ୍ରାମ ଗଙ୍ଗାପଡା l ମିଳିଥିବା ସୂଚନା ଅନୁସାରେ ଗଙ୍ଗାପଡା ଗ୍ରାମର ଲୋଚନ ବିଷୋୟୀଙ୍କ ସ୍ତ୍ରୀ ସୁବୁଦ୍ରୀ ବିଷୋୟୀ ଗର୍ଭବତୀ ଥିଲେ।ଆଜି ହଟାତ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନେବାର ଥିଲା l ଆମ୍ବୁଲାନ୍ସ ଆସିବା ପାଇଁ ରାସ୍ତା ନ ଥିବାରୁ ଶେଷରେ ବାଧ୍ୟ୍ୟ ହେଇ ଦୁଇ ଜଣ ଯୁବକ ଓ ଆଶା ଦିଦି 40 କିମି ପାହାଡ଼ ପଥୁରିଆ ଜଙ୍ଗଲ ରାସ୍ତା ଦେଇ ଗଙ୍ଗାପଡାରୁ ବାୟାପଡା ପ୍ରଯ୍ୟନ୍ତ ଭାରରେ ବୋହି ଆଣିଥିଲେ। ବାୟାପଡା ଠାରୁ ପୁଣି ଦୁଇ ଯୁବକ ତୁମ୍ବାପଦର ଗ୍ରାମକୁ ଭାରରେ ବୋହି ଆଣିଥିଲେ।ତୁମ୍ବାପଦର ଗ୍ରାମରୁ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀ ମହିଳାଙ୍କୁ ଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ଗର୍ଭବତୀ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି।ବର୍ତ୍ତମାନ ମାଆ ଓ କନ୍ୟା ସନ୍ତାନ ସ୍ୱାସ୍ଥ୍ୟବସ୍ଥା ଠିକ ଅଛି ଡାକ୍ତର କହିଛନ୍ତି ।

ସରକାର ଗର୍ଭବତୀ ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ତେବେ ଏହି ସବୁ ଯୋଜନାରୁ କିପରି ବାଦ ପଡୁଛନ୍ତି ନିରୀହ ଗରିବ ଲୋକେ ? ସବୁ ଗ୍ରାମରେ କାହିଁକି ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ ? ଗରିବ ଲୋକଙ୍କ ପାଇଁ ସରକାରୀ ସହାୟତା ସପନ ନୁହେଁ କି ?
ଏହା ପୂର୍ବରୁ ମଧ୍ୟ ଏହି ଗ୍ରାମରେ ଏଭଳି ଜନନୀ ଯନ୍ତ୍ରଣାର ଦୃଶ୍ୟ ଦେଖିବାକୁ ମିଳିଥିଲା।ଗ୍ରାମକୁ ରାସ୍ତା ନଥିବାରୁ ବାରମ୍ବାର ଏପରି ସମସ୍ୟା ଉପୁଜୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏଥିପ୍ରତି କେବେ ନିଜର ଦୃଷ୍ଟି ଦେଉଛନ୍ତି l

Comments (0)
Add Comment