ସରକାରୀ ଯୋଜନାରେ ବଞ୍ଚିତ ପଡିଆ ପୁଷୁଗୁଡ଼ା ଓ ଶାନ୍ତିନଗର ଅଞ୍ଚଳବାସୀ

ମାଲକାନଗିରି(କୋଶଲ ନ୍ୟୁଜ୍) ସରକାରୀ ଯୋଜନାରେ ସାମିଲ ହୋଇପାରୁ ନାହାନ୍ତି ଗ୍ରାମବାସୀ ୩୦ ବର୍ଷରୁ ଅଧିକ ସମୟ ଧରି ଗ୍ରାମରେ ବସବାସ କରୁଛନ୍ତି ବହୁ ପରିବାର, ହେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ ଘରଡ଼ିହ । ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ପୁଷୁଗୁଡ଼ା ଓ ଶାନ୍ତିନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପଡିଆ ବ୍ଲକ ର ପ୍ରାୟ ୩୦ ବର୍ଷ ପୂର୍ବେ ପୁରୁଣା ବ୍ଳକ ନିକଟରେ କିଛି ପରିବାର ବସବାସ କରିବା ଆରମ୍ଭ କରିଥିଲେ । ସେହିଭଳି ଶାନ୍ତିନଗରରେ ମଧ୍ୟ ୩୦ରୁ ଅଧିକ ପରିବାର ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି । ଏନେଇ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏହି ସମସ୍ତ ପରିବାରକୁ ଆଜି ପର୍ଯ୍ୟନ୍ତ ଘରଡ଼ିହ ମିଳିପାରି ନାହିଁ । ଘରଡ଼ିହ ନଥିବାରୁ ଏହି ସମସ୍ତ ପରିବାର ଇନ୍ଦିରା ଆବାସ ଯୋଜନାରେ ସାମିଲ ହେଇ ପାରୁନାହାନ୍ତି l ଏହା ସହ ବିଭିନ୍ନ ବିପର୍ଯ୍ୟୟ ରାଶି ପାଇବା ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ନିଜକୁ ସାମିଲ କରିବାରେ ବଞ୍ଚିତ ହେଉଛନ୍ତି ।

ଏହାକୁ ନେଇ କିଛିଦିନ ପୂର୍ବେବ ଅସନ୍ତୋଷ ଜାହିର କରି ବାତିନ ବାବୁରାଓ, ନାକା ପରମେଶ, ବାତୀନୀ ଦିଲୀପ କୁମାର, ତୋକାଲ ଆପାନା, ତାମୁକା ନାଗେଶ୍ଵର ରାଓ, ଆଦି ଆନନ୍ଦ ରାଓ, ଚୀନାମ ପ୍ରଭାକର, କୋଡ଼ି ରଞ୍ଜିନ, ନାଗୁଲ ପଦ୍ମାଙ୍କ ଭଳି ଘରଡ଼ିହ ପାଇ ନଥିବା ଲୋକ । ଏହି ବାବଦରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏହି ଅଞ୍ଚଳବାସୀ ଘରଡ଼ିହ ପାଇଁ ଆବେଦନ କରିଥିବା ନେଇ ସେ ମୋଟୁ ତହସିଲଦାରଙ୍କୁ ଜଣାଇଛନ୍ତି ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟାପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Comments (0)
Add Comment