ସଡ଼କ ସୁରକ୍ଷା ଓ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି ( କୋଶଲ ନ୍ୟୁଜ୍) ଜିଲ୍ଲା ଯୁବ ରେଡ଼କ୍ରସ ର ଆବାହକ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଆଜି ମାଲକାନଗିରି ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଓ କରୋନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଯୋଗଦେଇ ସମସ୍‌ଙ୍କୁ ଏକ ସୁସ୍ଥ ଏବଂ ସହାନୁଭୂତି ସମ୍ପନ ଜୀବନ ଅତିବାହିତ କରିବା ପାଇଁ ଚେଷ୍ଟିତ ହେବା ସହ ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ନିୟମ କୁ ପାଳନ କରିବାପାଇଁ ପ୍ରେରିତ କରାଇଥିଲେ l ମୁଖ୍ୟବକ୍ତା ଭାବେ ଏମଭିଆଇ ଖଗେଶ୍ଵର ମୁମୁଁ ସଡ଼କ ସୁରକ୍ଷା ସମ୍ପକିତ ବିଭିନ୍ନ ନିୟମ ବିଷୟରେ ଜଣାଇବା ସରକାରଙ୍କ ସୋଲସିୟମ ଫଣ୍ଡ ସ୍କିମ ଏବଂ ଗୁଡ଼ ସାମରିଟାନ ସ୍କିମ କଣ ତାହା ବୁଝାଇଥିଲେ l ସମସ୍ତେ ଦୃଘଟଣା ଗ୍ରସ୍ତ କୌଣସି ବ୍ୟକ୍ତି କୁ ସାହାଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ରୂପେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ କରୋନା ସମ୍ପର୍କିତ ରହିଥିବା ନିୟମ ଗୁଡିକୁ ପାଳନ କରିବାସହ ମାସ୍ତ୍ର ପରିଧାନ ଓ ସାମାଜିକ ଦୂରତ୍ବ ବିଷୟରେ ଉପସ୍ଥାପନା କରିଥିଲେ l ଅଧ୍ୟାପକ ଲିଙ୍ଗରାଜ ମିଶ୍ର କରୋନା ସମ୍ପର୍କ ରେ ଥିବା ଅନ୍ୟାନ୍ୟ ନିୟମ ବିଷୟରେ ଆଲୋଚନା କରିଥିଲେ l ଯୁବ ରେଡ଼କ୍ରସର ସଂଯୋଜକ ଡ଼ି ଆଶିଷ ରାଠୋର ପ୍ରାଥମିକ ଚିକିତ୍ସା ବିଷୟରେ ସମସ୍ତଙ୍କୁ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମ ଆୟୋଜନ ରେ ମହାବିଦ୍ୟାଳୟ ର ଗୌତମ ନାୟକ , ସୁଶାନ୍ତ ମାଝା , ନମିତା ଦଣ୍ଡସେନା , ଏବଂ ଅନ୍ୟାନ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l

Comments (0)
Add Comment