ସେବା ସଙ୍ଗଠନ କାର୍ଯ୍ୟକ୍ରମ

ମାଲକାନଗିରି ( କୋଶଲ ନ୍ୟୁଜ୍) ଶ୍ରୀ ନରେନ୍ଦ୍ର ମୋଦିଙ୍କ BJP ସରକାର ୭ ବର୍ଷ କାର୍ଯ୍ୟକାଲ ପୂର୍ତ୍ତି ଅବସରରେ ସମ୍ପୂର୍ଣ ଭାରତ ବର୍ଷ ସେବା ସଙ୍ଗଠନ କାର୍ଯ୍ୟକ୍ରମ ପାଳନ କରୁଛନ୍ତି l ତାହାର ଏକ ଝଲକ ମାଲକାନଗିରି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁସାରେ ଆଜି ମାଲକାନଗିରି ଜିଲ୍ଲା କାଲିମେଳା ଜୋନ – ୧ ZP ଶ୍ରୀ ସମୀର ମିସ୍ତ୍ରୀ ଓ BJP କାର୍ଯ୍ୟକର୍ତ୍ତା ମାନେ ମିଶି କାଲିମେଳା ବ୍ଲକ ମହାରାଜ ପଲ୍ଲୀ ପଞ୍ଚୟତର ଅନ୍ତର୍ଗତ ତିନୋଟି ଗ୍ରାମରେ (ବୁଡୁଗୁଡା,ମାରତାଲଗୁଡ଼ା, ମେଟାଗୁଡ଼ା) ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି l

ଏହା ସହ ଗ୍ରାମବାସୀଙ୍କୁ COVID ଗାଇଡ଼ ଲାଇନ ବିଷୟରେ ମଧ୍ୟ ଅବଗତ କରେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ କାଲିମେଳା ଜୋନ – ୧ ZP ଶ୍ରୀ ସମୀର ମିସ୍ତ୍ରୀ, ବିଶ୍ୱନାଥ ମଣ୍ଡଳ, ମଧୁ ବିଶ୍ୱାସ, ଆଶୁତୋଷ ବାଛାର, ପଙ୍କଜ ମାଝୀ, ରବୀନ ବୈରାଗି ଓ BJP କାର୍ଯ୍ୟାଳୟକର୍ତ୍ତା ମଧ୍ୟ ସାମିଲ ଥିଲେ l

BJP
Comments (0)
Add Comment