କରୋନା କଟକଣାକୁ ବେଖାତିର କରି ନଦୀ ପଥ ଦେଇ ଆସିବା ସମୟରେ ଦେଶୀ ଡ଼ଙ୍ଗା ବୁଡ଼ି ସାତ ନିଖୋଜ ଜଣେ ମୃତ

ମାଲକାନଗିରି ( କୋଶଲ ନ୍ୟୁଜ୍) ଆନ୍ଧ୍ରକୁ କାମ କରିବାକୁ ଯାଇ କରୋନା କଟକଣା ଯୋଗୁଁ ଘରକୁ ଫେରିପାରି ନଥିଲେ କିଛି ପ୍ରବାସୀ l ଏହି ସମୟରେ କରୋନା କଟକଣାକୁ ବେଖାତିର କରି ସିଲେରୁ ନଦୀ ପଥ ଦେଇ ଦେଶୀ ଡ଼ଙ୍ଗା ସାହାଯ୍ୟରେ ଆସିବାର ଯୋଜନା କରିଥିଲେ ପ୍ରବାସୀ l ଯୋଜନା ମୁତାବକ 10 ଜଣ ଲୋକ ଓ ଏକ ତିନି ବର୍ଷ ର ଛୋଟ ପିଲାକୁ ଧରି ଦୁଇଟି ଦେଶୀ ଡ଼ଙ୍ଗାରେ ଆଗ ପଛ ହୋଇ ନିଜ ଗ୍ରାମକୁ ଫେରୁଥିଲେ କନ୍ଧଗୁଡ଼ା ଡ଼ଙ୍ଗା ଘାଟକୁ l ଗତକାଲି ରାତିରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ଏଗାର ଜଣ ଲୋକ ଆନ୍ଧ୍ର କୁ କାମ କରିବାକୁ ଯାଇ ସିଲେରୁ ନଦୀ ଦେଇ ଫେରିବା ସମୟରେ କନ୍ଧଗୁଡ଼ା ଘାଟରେ ଦୁଇଟି ଦେଶୀ ଡ଼ଙ୍ଗା ବୁଡ଼ି ସାତ ନିଖୋଜ, ଏକ ମୃତ ଓ ତିନି ଜଣ ଉଦ୍ଧାର କରାଯାଇଛି l

ମିଳିଥିବା ସୂଚନା ମୁତାବକ ପ୍ରଥମ ଡ଼ଙ୍ଗାଟି ନଦୀ ଭିତରେ ଥିବା ଏକ ଖୁଣ୍ଠ ରେ ବାଡେଇ ହୋଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା l ସେହି ଡ଼ଙ୍ଗାରେ ଥିବା 6 ଜଣ ଲୋକ କିଛି ସମୟ ପହଁରି ପହଁରି ପଛ ଡଙ୍ଗାରେ ଚଢିବାକୁ ଚେଷ୍ଟା କରିଥିଲେ l ଦ୍ୱିତୀୟ ଡ଼ଙ୍ଗାଟି ଛୋଟ ଓ ଅଧିକ ଭାରି ହେବାରୁ ଭାରସାମ୍ୟ ହରାଇ ଓଲଟି ଯାଇଥିଲା l ଫଳରେ ଡ଼ଙ୍ଗାରେ ଥିବା 11 ଲୋକମାନେ ବୁଡ଼ି ଯାଇଥିଲେ lସେଥି ମଧ୍ୟରୁ ତିନି ଜଣ ଲୋକ ପହଁରି ପହଁରି କନ୍ଧଗୁଡ଼ା ଘାଟରେ ପହଁଚିଥିଲେ l ଏହି ଖବର ଜାଣିବା ପରେ ଗ୍ରାମବାସୀ ମାନେ ନଦୀ ଘାଟରେ ପହଂଚି ଖୋଜାଖୋଜି କରୁଥିଲେ l ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନଭ ଦୋରା, ଆରଆଇ ନାରାୟଣ ମହାରଣା ଓ ତାଙ୍କ ଟିମ ରାତି 10.30 ଘଟିକା ସମୟରେ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ପହଂଚି ଉଦ୍ଧାର କାର୍ୟ୍ଯ ଆରମ୍ଭ କରିଥିଲେ lଡ଼ଙ୍ଗା ବୁଢ଼ୀ ରେ ଏଗାର ଜଣଙ୍କ ଲୋକ ମଧ୍ୟରୁ ତିନି ଜଣ ପହଁରି ପହଁରି ଉଦ୍ଧାର ହୋଇଛନ୍ତି, ଜଣେ ତିନି ବର୍ଷର ଝିର ର ମୃତ ଦେହ ମିଳିଥିବା ବେଳେ ନିଖୋଜ ସାତ ଜଣ ବ୍ୟକ୍ତିଙ୍କର ଖୋଜାଖୋଜି ଜାରି ରହିଛି l

Comments (0)
Add Comment