କାଳବୈଶାଖୀର ତାଣ୍ଡବରେ ଭାଙ୍ଗିଯାଇଛି ୬୦ ରୁ ୭୦ ଘର

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ପଡିଆ ଠାରେ ଦେଖାଯାଇଛି କାଳବୈଶାଖୀର ଭୟଙ୍କର ତାଣ୍ଡବ l ଗତ ଦୁଇ ଦିନ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗି ରହିଛି କାଳବୈଶାଖୀର ଭୟଙ୍କର ତାଣ୍ଡବ l ଏହାର ଭୟଙ୍କର ରୁପ ଆଜି ସନ୍ଧ୍ୟା 5 ତା ବେଳେ ଦେଖିବାକୁ ମିଳିଛି ପଡିଆ ଠାରେ l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ 5 ଘଟିକା ସମୟରେ ପଡିଆରେ କାଳବୈଶାଖୀ ଝଡ଼ର ପ୍ରଭାବରେ ପାଖାପାଖି ୬୦ ରୁ ୭୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି l କାଳବୈଶାଖୀ ଝଡ଼ ବର୍ଷା ପ୍ରଭାବରେ କୌଣସି ଲୋକର ଜୀବନ ହାନି ଘଟି ନ ଥିବା ସୂଚନା ମିଳିଛି କିନ୍ତୁ କାଳବୈଶାଖୀର ତାଣ୍ଡବରେ କାହାର ଘରର ଟିଣ ଉଡି ଯାଇଛି, କାହାର ଘରର କାନ୍ଥ ଭୁଶୁଡି ପଡିଛି, କାହା ଘରେ ଗଛ ଉପୁଡି ପଡିଛି, କାହାର ଅଟୋ ଭ୍ୟାନ ଗାଡି ଉପରେ ଗଛ ଡାଳ ପଡି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି l କରୋନା ମହାମାରୀର ଏହି ସମୟରେ ଏହିଭଳି କାଳବୈଶାଖୀ ଝଡ଼ ବର୍ଷା ଦ୍ଵାରା କ୍ଷୟକ୍ଷତି ହେବା ପରେ ଲୋକେ ନିଜ ପରିବାରକୁ ନେଇ କୁଆଡେ ଯିବେ l ଆଜିର କାଳବୈଶାଖୀ ଝଡ଼କୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି l ବିପର୍ଯ୍ୟୟର କ୍ଷୟକ୍ଷତି ହେଇଥିବା ପରିବାରକୁ ସରକାରୀ ସହାୟତା କିଛି ମିଳିଲେ ଭଲ ହୁଅନ୍ତା ବୋଲି ଗ୍ରାମବାସୀ ମାନେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି l

Comments (0)
Add Comment