୧୨ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ

ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜି ସକାଳୁ ଜଣଙ୍କ ବିଲରେ ଏକ ବିରାଟକାୟ ଅଜଗର ସାପକୁ ଦେଖୁ ସ୍ଥାନିୟ ଲୋକେ ଭୟଭୀତ ହୋଇପଡ଼ିଥିଲେ l ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡି ଅନ୍ତର୍ଗତ ତାଟିଗୁଡା ଗ୍ରାମରେ ଆଜି ସକାଳୁ ଜଣଙ୍କ ବିଲରେ ଏକ ବିରାଟକାୟ 12 ଫୁଟ ଲମ୍ବର ଅଜଗର ସାପ ଦେଖିବାକୁ ମିଳିଥିଲା l ଏ ସମ୍ପର୍କରେ ଗ୍ରାମବାସୀ ମାନେ ମାଲକାନଗିରି ସ୍ନେକ ହେଲ୍ମ ଲାଇନକୁ ଖବରଦେଇଥିଲେ l ଖବର ପାଇଁ ସ୍ନେକ ହେଲ୍ମ ଲାଇନ ର ସତ୍ୟଜିତ ଗୌଡ଼ ଓ ତାଙ୍କ ଟିମ ତାଟିଗୁଡାରେ ପହଞ୍ଚି ବିଲରୁ ୧୨ ଫୁଟ ଲମ୍ବ ର ଅଜଗର ସାପକୁ ଉଦ୍ଧାର କରିଥିଲେ l ୧୨ ଫୁଟ ଲମ୍ବ ର ଅଜଗର ସାପକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ହେଇଥିଲା l ଉଦ୍ଧାର ପରେ ସାପକୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମାନେ ଜଙ୍ଗଲରେ ଛାଡ଼ି ଦେଇଥିଲେ l

Comments (0)
Add Comment