ସାହାଯ୍ୟ ଅପେକ୍ଷାରେ ସଂଘର୍ଷମୟ ଆଦିବାସୀ ବିଦ୍ୟାର୍ଥୀ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଇଦୁକୁଣ୍ଡାଗ୍ରାମର ଦେବା ଯୋଡିଙ୍କ ବଡ଼ପୁଅ ଇର୍ମା ସୋଡି (ବୟସ 18) ଦୁଃଖ ଓ ସଂଘର୍ଷମୟ କାହାଣୀ। ଜନ୍ମରୁ ସୁସ୍ଥସଵଳ ଚଳଚଞ୍ଚଳ ଥିଲେ ଇର୍ମା। ସାଧାରଣ ଶିଶୁଙ୍କ ଭଳି ଖେଳାଵୁଲା ଓ ଚଲାଵୁଲା କରୁଥିଲେ ଇର୍ମା। ପାଠପଢା ବୟସ ହେବାରୁ ଇର୍ମାଙ୍କ ବାପା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମଶ୍ରଣୀରେ ଇର୍ମାଙ୍କ ନାମ ଲେଖାଇଥିଲେ ଆଶା ଥିଲା ବଡ଼ପୁଅ ପାଠପଢି ମଣିଷ ହେବ।ଉଚ୍ଚ ଆଶା ରଖି ଦେବା ପୁଅର ନାମ ମୋଟୁ ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ନାମ ଲେଖାଇଥିଲେ। ସେଠାରେ ଇର୍ମା ମନଧ୍ୟାନ ପୂର୍ଵକ ପାଠପଢି ଚତୁର୍ଥ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ପଞ୍ଚମ ଶ୍ରେଣୀରେ ପଢା ଆରମ୍ଭ କଲେ। ସେଠାରେ ରହି ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମୟରେ ଇର୍ମାଙ୍କ ଦୁଇଟି ଗୋଡ ହଠାତ୍ ଅକାମୀ ହେବା ଆରମ୍ଭ ହେଲା। ସାଧାରଣ ଭାବେ ଚଲାଵୁଲା,ଖେଳାଖେଳି,ନିତ୍ୟକର୍ମ କରିବାରେ ଅସୁବିଧା ଭୋଗିଲେ ଇର୍ମା।

ବାପା ଦେବା ପୁଅର ଏଭଳି ପରିସ୍ଥିତି ଦେଖି ଇର୍ମାଙ୍କୁ ଗ୍ରାମକୁ ନେଇ ଆସି ଆଖପାଖ ଅଞ୍ଚଳରେ ଚିକିତ୍ସା ମଧ୍ୟ କରାଇଥିଲେ। ଅର୍ଥାଭାବ ଯୋଗୁଁ ବାହାରକୁ ନେଇପାରିଲେ ନାହଁ ପୁଅକୁ, ତଥାପି ପାଠପ୍ରତି ପୁଅର ଆଗ୍ରହ ଦେଖି ଗ୍ରାମ ବିଦ୍ୟାଳୟରେ ପୁଣିଥରେ ଚତୁର୍ଥ ଶ୍ରେଣୀରେ ନାମ ଲେଖାଇଥିଲେ।ଛୋଟେଇଛୋଟେଇ ବହୁ କଷ୍ଟରେ ବିଦ୍ୟାଳୟ ଯାଇ ପାଠପଢି ପଞ୍ଚମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିଲେ ଇର୍ମା। ଇର୍ମାଙ୍କ ପାଠପ୍ରତି ଆଗ୍ରହ ଦେଖି ବାପା ଦେବା ପୁଅର କାଲିମେଳା ସ୍ଥିତ ସେଵାଶ୍ରମ ବିଦ୍ୟାଳୟ ରେ ନାମ ଲେଖାଇଥିଲେ, ସେଠାରେ ଷଷ୍ଠ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ପଢିଥିଲେ ଇର୍ମା। ବିଦ୍ୟାଳୟ ପରିସରରେ ଛାତ୍ରାବାସ ପରିବେଶରେ ଇର୍ମାଙ୍କ ସହପାଠୀ ମାନେ ହସିଖେଳି ମନଖୁସିରେ ପାଠ ପଢୁଥିବାବେଳେ ସେମାନଙ୍କ ଖୁସିରେ ନିଜ ଦୁଃଖକୁ ଭୁଲି ପାଠପଢ଼ାରେ ଧ୍ୟାନ ଦେଇ ବହୁ କଷ୍ଟରେ ନିଜ ଲକ୍ଷ୍ୟସ୍ଥଳରେ ଆଗେଇ ଚାଲିଲେ ଇର୍ମା।
ଆଦିବାସୀ ଗରିବ ପରିବାର ହୋଇଥିବାରୁ ଚାଷବାସ କରିବା ସହ ଦିନ ମଜୁରି କାମ କରି ପରିବାର ପ୍ରତିପୋଷଣ କରନ୍ତି ଇର୍ମାଙ୍କ ବାପା l ଆର୍ଥିକ ଅଭାବ ଯୋଗୁ ପିଲାଟିର ଭଲ ଚିକିତ୍ସା ମଧ୍ୟ କରିପାରୁନାହାନ୍ତି ପରିବାର ଲୋକେ lଚିକିତ୍ସା ଅଭାବ ଯୋଗୁ କଣ ପାଠକୁ ଅଧା ବାଟରେ ଛାଡିବାକୁ ପଡିବ l ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ନିକ୍ଷେପ କରିବା ସହ ଉକ୍ତ ଆଦିବାସୀ ପିଲାଟିର ଚିକିତ୍ସା ନିମନ୍ତେ କୌଣସି ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l

Comments (0)
Add Comment