12 କିମି ପାହାଡିଆ ଘଞ୍ଚ ଜଙ୍ଗଲ ଅତିକ୍ରମ କରି ମାଓ ଅଧୁଷିତ ଅଞ୍ଚଳରେ ଯୋଗେଇଲେ ସ୍ୱାସ୍ଥ୍ୟସେବା

ମାଲକାନଗିରି ( କୋଶଲ ନ୍ୟୁଜ୍)କରୋନା ସମ୍ପର୍କରେ ସଚେତନତା କରିବା ସହ ଗାଁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ମାଥିଲି ମେଡିକାଲ ଟିମ୍ ପହଞ୍ଚିଥିଲା ଖଟୁଆପଦର ଗ୍ରାମରେ l ୧୨ କିଲୋମିଟର ପାଦ ଚଲା ପାହାଡି ରାସ୍ତାର ଘଂଚ ଜଙ୍ଗଲ ଅତିକ୍ରମ କରି ଖଟୁଆପଦର ଗାଁରେ ପହଂଚିଥିଲେ ସ୍ୱତନ୍ତ୍ର ୧୨ ଜଣିଆ ସ୍ୱାସ୍ଥ୍ୟ ଟିମ୍ l ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଖଟୁଆପଦର ପାହାଡି ଗାଁରେ ପହଂଚି ସ୍ୱାସ୍ଥ୍ୟ କ୍ୟାମ୍ପ କରିଛନ୍ତି ମାଥିଲି ମେଡିକାଲ ଟିମ୍ । ସେଠାରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସମସ୍ତଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା । ଗ୍ରାମବାସୀଙ୍କର କରୋନା ରିପୋର୍ଟ ନେଗେଟିଭ ରହିଥିବା ବେଳେ ଦୁଇ ଜଣ ଗ୍ରାମବାସୀ ମ୍ୟାଲେରିଆରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଥିଲି ସବଡିଭିଜନ ମେଡିକାଲ ଭାରପ୍ରାପ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଗାଁରେ ପହଂଚିଥିଲା ଏହି ଟିମ୍ । ସେଠାରେ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନତା କରିବା ସହ ଗାଁ ଲୋକଙ୍କୁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବିଷୟରେ ଅବଗତ କରେଇଥିଲେ ଡାକ୍ତର ଅମୀୟ ।

Comments (0)
Add Comment