ଲଗାଣ ବର୍ଷାରେ ଭୁଶୁଡ଼ିଲା ବ୍ରିଜ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରି -୩ ପଞ୍ଚାୟତର MV-108 ଗ୍ରାମରେ ଘଟିଛି ଏକ ଅଘଟଣ l ଲଗାଣ ବର୍ଷାରେ ଭୁଶୁଡ଼ିଲା ବ୍ରିଜ,ଯୋଗାଯୋଗରୁ ବିଛିନ୍ନ ହେଲା ବହୁ ଗ୍ରାମ l ମିଳିଥିବା ସୂଚନା ଅନୁସାରେ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ପ୍ରବଳ ଜଳ ପ୍ରବାହିତ ହେବା ଯୋଗୁଁ ଗତକାଲି ରାତିରେ ବ୍ରିଜ଼ଟି ଭୁଷୁଡି ଯାଇଛି। ଏହି ବ୍ରିଜ ଦେଇ ପ୍ରତିଦିନ ପୁରୁଣା ଚିତାପରି, ଓସ୍କାପାଲି, ପାଡାଲ ପୁଟ , ବାଲିମେଳା ଓ ଅନ୍ୟାନ୍ୟ ଗ୍ରାମକୁ ସଂଯୋଗ କରୁଥିବା MV -108 ଗ୍ରାମକୁ ସଂଯୋଗ କରୁଛି l ଗ୍ରାମକୁ ସଂଯୋଗ କରିବା ପାଇଁ ଅନ୍ୟ ଏକ ରାସ୍ତା ଅଛି, ମାତ୍ର ତାହାର ଅବସ୍ଥା କହିଲେ ନ ସରେ l

ଉକ୍ତ ରାସ୍ତାର ସାମାନ୍ୟ ବର୍ଷାରେ ସମ୍ପୂର୍ଣ୍ଣ କାଦୁଅରେ ପଚ ପଚ କରୁଛି l ଏହି ରାସ୍ତା ଦେଇ ଖାଲି ପାଦରେ କିମ୍ବା ବାଇକରେ ଯିବା ଅସମ୍ଭବ ହୋଇପଡିଛି । ଏହି ରାସ୍ତା ଦେଇ ପ୍ରତିଦିନ ସ୍ଥାନୀୟ ଅଞ୍ଚଳବାସୀ ମାନେ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଥିବାର ଦେଖାଯାଉଛି l ରାସ୍ତାରେ ଯାତାୟତ କରିବା ସମୟରେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି l
ରାସ୍ତା ମରାମତି ସହ ନୂତନ ରାସ୍ତା ନିର୍ମାଣ ନିମନ୍ତେ ଗ୍ରାମବାସୀ ମାନେ ନିର୍ବାଚିତ ଜନ ପ୍ରତିନିଧି, ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷ ଙ୍କ ନିକଟରେ ପୂର୍ବରୁ ବହୁବାର ଅଭିଯୋଗ କରିଛନ୍ତି ହେଲେ ଏ ଦିଗରେ କେହିବି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଖରାପ ରାସ୍ତା ଓ ଗତକାଲି ବ୍ରିଜ଼ ଭାଙ୍ଗିଯିବା ଯୋଗୁଁ ଏହି ଗ୍ରାମ ରାସ୍ତା ଦେଇ ବାଲିମେଳା ସହର ଏବଂ ଆଖପାଖ ରେ ଥିବା ଗ୍ରାମ ଗୁଡିକୁ ଯାତାୟତ ଓ ଯୋଗଯୋଗ ସମୂର୍ଣ୍ଣ ଠପ ହୋଇଯାଇଛି । ତେଣୁ ଗ୍ରାମବାସୀ ମାନେ ନୂତନ ପୋଲ ନିର୍ମାଣ ସହ ଗ୍ରାମ କୁ ଏକ ପକ୍କା ରାସ୍ତା ଯୋଗାଇ ଦେବା ପାଇଁ ଦାବିକରିଛନ୍ତି l ଗ୍ରାମ ର ସଭାପତି ରଞ୍ଜିତ ସନା ,ସମ୍ପାଦକ ବଳରାମ ଅଧିକାରୀ, ରବୀନ୍ଦ୍ର ନାଥ ସର୍ଦାର , ସନ୍ତୋଷ ବୋଷ , ସମରେଶ ବୈରାଗୀ ସମେତ ସମସ୍ତ ଗ୍ରାମବାସୀ ନୂତନ ପୋଲ ଓ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଦାବି କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପଞ୍ଚ।ୟତ ଓ ବ୍ଲକ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କେବେ କରୁଛନ୍ତି l

Comments (0)
Add Comment