ନାବାଳିକା ଚାଲଣ ବେଳେ ଦଲାଲ ଗିରଫ

ମାଲକାନଗିରି ( କୋଶଲ ନ୍ୟୁଜ୍) ଅର୍ଥ ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟକୁ ଏକ ବୋଲେର ଗାଡି (ନମ୍ବର OD02 B 8812) ସହାୟତାରେ କାଲିମେଳାରୁ ଚେନ୍ନାଇ 9 ଜଣ ନାବଲିକାଙ୍କୁ ଚାଳନ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ lମିଳିଥିବା ସୂଚନା ଅନୁସାରେ ନାବାଳିକା ମାନଙ୍କୁ ଗାଡ଼ିରେ ନେବା ସମୟରେ ଗାଡିଟି ପଟେରୁ ନିକଟରେ ଚକା ପମ୍ପଚର ହେବାରୁ ଡ୍ରଇଭର ପମ୍ପଚର ବନାଇବା ପାଇଁ ଗାଡି ରଖିଥିଲା l ଏହି ସମୟରେ ନାବାଳିକା ଝିଅ ମାନେ ପଟେରୁ ବଜାରରେ ବୁଲାବୁଲି କରୁଥିଲେ l ଏହି ଘଟଣାଟି ଲୋକ ଲୋଚନକୁ ଆସିବା ପରେ କିଛି ସ୍ଥାନୀୟ ଲୋକେ ପଟେରୁ ଫାଣ୍ଡି ପୋଲିସକୁ ଏହି ବିଷୟରେ ଖବର ଦେଇଥିଲେ । ଖବର ପାଇଁ କାଲିମେଳା ପୋଲିସ ଘଟଣା ସ୍ଥଳରେ ପହଂଚି ସୁଜିତ ବିଶ୍ଵାସଙ୍କୁ ଗିରଫ କରିଥିଲେ l ଗିରଫ ଅଭିଯୁକ୍ତଙ୍କ ଘର ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡି ଅନ୍ତର୍ଗତ ଏମ୍.ପି.ଭି-୧୦ ଗ୍ରାମର ସମିର ବିଶ୍ଵାସଙ୍କ ପୁଅ ସୁଜିତ ବିଶ୍ଵାସ l ଏ ନେଇ କାଲିମେଳା ଥାନାରେ ଏକ ମାମଲାକେସ୍ ନଂ 124 ତାରିଖ: 12.06.2021 U / s- 370/370 (A) / 370 (5) /374/ 420/ 468/ 471/ 472/473/34 ଆଇପିସି RW Sec.14 ଶିଶୁ ଶ୍ରମ (ଚାଇଲଡ୍ ଲେବର ପ୍ରଭିଟେସନ୍ ଏବଂ ରେଜୁଲେସନ) ଅଧିନିୟମ 1986 ଆକ ରାଜ୍ୟ ପ୍ରବାସୀ ଶ୍ରମିକଙ୍କ RW Sec.25 ଧାରା ଲଗାଇଥିବାର ଥାନା ଅଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି ।ପୋଲିସ ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି ଅଭିଯୁକ୍ତ ଉକ୍ତ ନାବାକିକା ମାନଙ୍କୁ ସାବାଳିକା କରିବା ପାଇଁ ସେମାନଙ୍କର ଆଧାର କାର୍ଡରେ ଜାଲିଅତି କରି ବୟସ ବର୍ଦ୍ଧିତ କରାଯିବା ସହ ସ୍କୁଲ ସାର୍ଟିପିକେଟକୁ ସ୍କୁଲ ସିଲ୍ ରଖିକିଛି ଅନିୟମିତା କରିଥିବାର ଜଣାପଡିଛି। ନାବଳିକା ମାନଙ୍କୁ ଅଧିକ ତଥ୍ୟ ଜଣିବା ପାଇଁ ପଟେରୁ ଫାଣ୍ଡକୁ ନେଇ ପଚାରାଉଚୁରା କରିବା ପରେ ନାବାଲିକା ମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରି ପରବର୍ତୀ ସମୟରେ ନାବାଳିକା ମାନଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ଥାନ୍ତର କରିଥିବାର ଜଣାପଡିଛି । ଏହି ଚଢାଉ ସମୟରେ ପଟେରୁ ଫାଣ୍ଡିର ଇନ୍ ଚାର୍ଯ୍ୟ ଏସ୍.ଆଈ ମଣି ଦାଢିଆ ସମେତ ପଟେରୁ ଫାଣ୍ଡି ର ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Comments (0)
Add Comment