ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜସ୍ୱ ଅମଲାମାନଙ୍କର ଦାବିପତ୍ର

ମାଲକାନଗିରି ( କୋଶଲ ନ୍ୟୁଜ୍) ଲକଡାଉନ ସଟଡାଉନ ଚାଲିଥିବା ବେଳେ ପ୍ରତ୍ୟେକ୍ଷ ଭାବେ ନିଜର ସେବା ନିରନ୍ତର ଭାବେ ଯୋଗାଇ ଆସୁଛନ୍ତି ଅମଲାମାନେ l ରାଜସ୍ୱ ଅମଲାମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ଦାବିରେ ଆଜି ମାଲକାନଗିରି ଜିଲ୍ଲା ଅମଲା ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ରାଜ୍ୟର ସମସ୍ତ କାର୍ଯ୍ୟାଳୟର କର୍ମଚାରୀଙ୍କ ଉପସ୍ଥାନ ନେଇ ମାର୍ଗଦର୍ଶିତା ଥିବା ବେଳେ ରାଜସ୍ୱ ଅମଲା ମାନଙ୍କ ପାଇଁ ଏହା ପ୍ରଜୁଜ୍ୟ ନଥିଲା । ଅମଲାମାନେ ସବୁଦିନ ସରକାରୀ ଓ ଛୁଟି ଦିନ ମାନଙ୍କରେ ନିଜର କାର୍ଯ୍ୟ ତୁଲାଇ ଆସୁଛନ୍ତି । ଅନେକ ଅମଲା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା କାଳରେ ବସଷ୍ଟାଣ୍ଡ , ବିଭିନ୍ନ ରାଜ୍ୟ ସୀମାନ୍ତ ତନଖି ଫାଟକରେ ଏବଂ କଂଟ୍ରୋଲ ରୁମ ରେ ନିରବଛିନ୍ନ ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ସଂଘର ସଭାପତି ବସନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି କୁନା ନାୟକ, ସଦସ୍ୟ ମନୋରଂଜନ ନାୟକ, ହୃଷିକେଷ ପଣ୍ଡା, ଜୟଦେବ ଦାସ, ମନୋହର ସୁଗ୍ରି, ଟୁକୁନା ପଢିଆରି, କିଶୋର ସୁନାନୀ, ଶ୍ୟାମସୁନ୍ଦର ପଣ୍ଡା, ପ୍ରଶାନ୍ତ କୁମାର ପୃଷ୍ଟି ପ୍ରମୁଖ ଜିଲ୍ଲାପାଳ ବିଶାଲ ସିଂଙ୍କୁ ଭେଟି ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଅମଲାମାନେ ଜିଲ୍ଲାରେ ଲକଡାଉନ ସଟଡାଉନ ଚାଲିଥିବା ବେଳେ ପ୍ରତ୍ୟେକ୍ଷ ଭାବେ ନିଜର ସେବା ନିରନ୍ତର ଭାବେ ଯୋଗାଇ ଆସୁଛନ୍ତି ବୋଲି ଉଲେଖ କରାଯାଇଛି । ତେଣୁ ଅମଲାଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ।

Comments (0)
Add Comment