୧୮ ରୁ ୪୪ ବୟସ ଟୀକାକରଣ କେନ୍ଦ୍ର କୁ ଉଦଘାଟନ କଲେ ଜିଲ୍ଲାପାଳ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ପୌରାଞ୍ଚଳର ହାଟପଦା ସ୍ଥିତ ବୁଟିଗୁଡା ସ୍କୁଲ ପ୍ରକୋଷ୍ଠରେ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ଦ୍ବାରା କରୋନା ଟିକା କେନ୍ଦ୍ରକୁ ଉଦ୍ଘାଟନ କରାଯାଇଛି ।ଏହି କରୋନା ଟିକା ୧୮ ରୁ ୪୪ ବର୍ଷ ବୟସର ବ୍ଯକ୍ତିମାନଙ୍କୁ ଦିଆ ଯିବ । ଏଥିପାଇଁ ବିବିଗୁଡା,ଏକ୍ସ ବୋର୍ଡ ସ୍କୁଲ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ଯଳୟ ଠାରେ ଟିକାକରଣ କେନ୍ଦ୍ର ଖୋଲା ଯାଇଛି । ଏହି ଟିକାକରଣ ଆଜି ଏବଂ ଆସନ୍ତା କାଲି ଅର୍ଥାତ ୨ ଦିନ ପର୍ଯ୍ଯନ୍ତ ଖୋଲା ରହିବ । ଯେଉଁମାନେ ଟିକା ନେବାକୁ ଇଛୁକ ବ୍ୟକ୍ତି ମୋବାଇଲରେ କୋଇନ୍ ଆପ କୁ ଡାଉନ୍ ଲୋଡ୍ କରି ନାମ ପଞ୍ଜୀକରଣ କରିପାରିବେ ।

ପ୍ରଥମ ପର୍ଯ୍ଯାୟରେ ୨୫୦୦ଡୋଜ୍ ଟିକା ମାଲକାନଗିରି ଜିଲ୍ଲାକୁ ଆସିଛି l ପରବର୍ତ୍ତୀ ସମୟରେ ଅଧିକା ଡୋଜ୍ ଆସିଲେ ଅନ୍ଯାନ୍ଯ ଗ୍ରାମାଞ୍ଚଳରେ ମଧ୍ଯ ଟିକାକରଣ କରାଯିବ ବୋଲି କୁହାଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲା ମୁଖ୍ଯ ଚିକିତ୍ସାଅଧିକାରୀ ପ୍ରଫୁଲ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ଟୀକା ନେବା ପାଇଁ ମଧ୍ୟ ବୟସ୍କ ଙ୍କ ସକାଳ ୭ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଗହଳି ଲାଗିରହିଥିଲା ।

Comments (0)
Add Comment