ମାନବିକତା ନାହିଁ ଠିକାଦାରଙ୍କ ପାଖରେ କଲେ ନାହିଁ ଆହତ ଜେସିବି ଡ୍ରାଇଭରର ଚିକିତ୍ସା

ମାଲକାନଗିରି (କୋଶଲ ନ୍ୟୁଜ୍) କାଲିମେଳା ବ୍ଲକ ଅନ୍ତର୍ଗତ ମାନୋମକୋଣ୍ଡା ପଞ୍ଚାୟତର ପେଙ୍କୁରାଇ ଗ୍ରାମରେ ଘଟିଥିବା ବେ-ପରୁଆ ଗାଡି ଚାଳନା ଯୋଗୁଁ ଗତକାଲି ୧୧କେଭି ବିଦ୍ୟୁତ ତାର ଛିଣ୍ଡିକି ଗାଡି ଚାଳକ ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ପ୍ରାଥମିକ ଚିକିତ୍ସା ନିମନ୍ତେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ଡ୍ରାଇଭରଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର OPD NO-7717 ରେ ଆଡମିଟ କରାଯାଇଥିଲା l ସେଠାରେ ଡାକ୍ତରୀ ପରୀକ୍ଷାରୁ ଜଣା ପଡିଲା ଯେ ଭୀମା କବାସିଙ୍କ ବାମ ଆଖି ପତାପାଖ,ଵାମହାତର ଆଙ୍ଗୁଠି,ଗୋଡ, ଆଣ୍ଠୁ ଓ ଅଣ୍ଟାରେ ଆଘାତ ହେଇଛି l ଦୁର୍ଘଟଣା ଘଟିବାର ଦୁଇ ଦିନ ହେଲାଣି କିନ୍ତୁ ଗାଡି ମାଲିକ/ଠିକାଦାର ସମେନ୍ଦ୍ର ପ୍ରସାଦ ବିଷୋୟୀ ବର୍ତ୍ତମାନ ସୁଧା ସେହି ଡ୍ରାଇଭରଙ୍କୁ କୌଣସି କ୍ଷତି ପୂରଣ ଦେଇନାହନ୍ତି କି କୌଣସି ଉଚ୍ଚ ସ୍ତରୀୟ ଚିକିତ୍ସା ମଧ୍ୟ କରାଇନାହାନ୍ତି l

ଏଠାରେ ପ୍ରଶ୍ନ ଉଠୁଛି ଗାଡି ମାଲିକ ମାନଙ୍କ ପାଖରେ ଗାଡି ଚାଳକର ଜୀବନର କୌଣସି ମୂଲ୍ୟ ନାହିଁ କି ? କାହିଁକି ବର୍ତ୍ତମାନ ସୁଧା ଗାଡି ମାଲିକ ଡ୍ରାଇଭରର ଚିକିତ୍ସା ନିମନ୍ତେ କ୍ଷତି ପୂରଣ ଦେଲେ ନାହିଁ ? ଗରିବର ଜୀବନ ମାଲିକଙ୍କ ପାଖରେ କଣ ଜୀବନ ନୁହେଁ କି ?ଗାଡିଚାଳକ, ଦିନ ମଜୁରିଆ, ଶ୍ରମିକ ମାନଙ୍କ ଯୋଗୁଁ ମାଲିକମାନେ ବଡ଼ ଲୋକ ହୋଇଥାନ୍ତି ତଥାପି ସେହି ମାନଙ୍କ ପ୍ରତି ମାଲିକମାନଙ୍କ ବୈମାତୃକ ଭାବନା କାହିଁ କି ? ଏପରି ବହୁ ପ୍ରଶ୍ନ ସାଧାରଣରେ ଉଙ୍କି ଉଠୁଥିବା ଜଣାପଡିଛି । ତାହେଲେ ଏହି ଗାଡି ଚାଳକ ଏବଂ ମାଲିକଙ୍କ ସମସ୍ୟାର ସମାଧାନ କରିବ କିଏ ?

Comments (0)
Add Comment