ସାପ କାମୁଡ଼ାରେ ଚାଷୀ ମୃତ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭୁବନପଲ୍ଲୀ ପଞ୍ଚାୟତର ଅନ୍ତର୍ଗତ MV-76 ଗ୍ରାମରେ ଚାଷୀ ମୃତ୍ୟୁ ଘଟଣା l ମିଳିଥିବା ସୂଚନା ଅନୁସାରେ ପିଜୁସ ଆଇଚ ଗତକାଲି ରାତିରେ ଗରମ ହେଉଥିବା କାରଣରୁ ନିଜ ବିଲରେ ଶୋଇବାକୁ ଯାଇଥିଲେ l ଶୋଇଥିବା ସମୟରେ ଏକ ବିଷଧର ସାପ ପିଜୁସଙ୍କୁ କାମୁଡିଥିଲା l ସକାଳୁ ଘରକୁ ଫେରି ସମସ୍ତଙ୍କ ସହ କଥା ହେବା ବେଳେ ଅସୁସ୍ଥତା ଅନୁଭବ କରି ମୁଣ୍ଡ ବୁଲେଇ ସେଠାରେ ହିଁ ପଢିଯାଇଥିଲା l ପିଜୁସଙ୍କୁ ଗୁରୁତର ଅବସ୍ଥାରେ ଦେଖି ପରିବାର ଲୋକେ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ଭାଗ୍ୟର ବିଳମ୍ବନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚିବା ବେଳକୁ ରାସ୍ତାରେ ତାଙ୍କର ପ୍ରାଣ ବାୟୁ ଚାଲିଯାଇଥିଲା l

ଏହି ଖବର ଜାଣିବା ପରେ କାଲିମେଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ନିମନ୍ତେ ପଠେଇ ଥିଲେ l ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା l ପରିବାର ଲୋକେ ପିଜୁସଙ୍କ ଶବକୁ ନିଜ ଗ୍ରାମ MV-76 ଗ୍ରାମବାସୀଙ୍କ ସହାୟତାରେ ଶେଷ କୃତ୍ୟ ସମ୍ପୂର୍ଣ କରିଥିଲେ l ପିଜୁସଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି lମୃତ ଯୁବକଙ୍କ ପରିବାର ଲୋକଙ୍କୁ ଆର୍ଥିକ ଅନୁକମ୍ପା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ପରିବାର ଲୋକେ ଓ ଗ୍ରାମବାସୀ ପ୍ରଶାସନ ପାଖରେ ନିବେଦନ କରିଛନ୍ତି

Comments (0)
Add Comment