ସର୍ଟ ସର୍କିଟ ରେ ଜଳିଗଲା ଘର

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଆଜି ସକାଳ ୧୧ଟା ସମୟରେ ଘଟି ଯାଇଛି ଏକ ଅଭାବନିୟ ଘଟଣା । ସର୍ଟସର୍କିଟ ଯୋଗୁ ପୋଡିଲା ସମ୍ପୂର୍ଣ ଘର ସହ ସମସ୍ତ ଅସବାବପତ୍ର । ସୂଚନା ଅନୁଯାୟୀ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ୧ ନ ୱାର୍ଡ ର ବାସିନ୍ଦା ମାଧବ ବାଜିଙ୍ଗ ଙ୍କ ଘରେ ହଟାତ ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଲାଗିଥିଲା ନିଆଁ । ଏହାପରେ ନିଆଁ ର ଉଗ୍ର ରୂପ ସମ୍ପୂର୍ଣ୍ଣ ଘର କୁ ବ୍ୟାପିଯାଇଥିଲା । ସ୍ଥାନୀୟ ଲୋକେ କୋରୁକୋଣ୍ଡା ସ୍ଥିତ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ ଅଗ୍ନିଶମ ବିଭାଗ ନିର୍ଦ୍ଧାରିତ ସମୟରେ ପହଞ୍ଚିଥିଲା କିନ୍ତୁ ଏହା ପୂର୍ବରୁ ପରିବାର ଓ ସ୍ଥାନୀୟ ଲୋକେ ଅଗ୍ନି କୁ କିଛି ମାତ୍ରାରେ ଆୟତ କୁ ଆଣିଥିଲେ ଏହାସତ୍ତ୍ୱେ ଘରଟିର ପ୍ରାୟ ୭୦ ଭାଗ ଜଳି ଯାଇଥିଲା ଏଥି ସହିତ ଘରର ଲକ୍ଷାଧିକ ଟଙ୍କାର ଅସବାବପତ୍ର ଜଳି ଭସ୍ମ ହୋଇଯାଇଥିଲା । ଶ୍ରୀ ବାଜିଙ୍ଗ ଜଣେ ଦିନ ମଜୁରିଆ ଓ ଗରିବ ଶ୍ରେଣୀର ହୋଇଥିବାରୁ ୧୦ ପ୍ରାଣୀ କୁଟୁମ୍ବ କୁ ପୋଷିବା କଷ୍ଟ ସାଧ୍ୟ ହୋଇପଡୁଥିଲା । ବର୍ତ୍ତମାନ ଅଗ୍ନିକାଣ୍ଡ ପରେ ବାଜିଙ୍ଗ ଙ୍କ ପରିବାର ନିରାଶ୍ରୟହେବାସହ ସର୍ବସାନ୍ତ ହୋଇପଡିଛନ୍ତି । ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇପଡିଛି । ଏଭଳି ପରିସ୍ଥିତି ରେ ବାଜିଙ୍ଗଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ଆର୍ଥିକ ସହାୟତା ଯୋଗାଇଦେବାକୁ ପରିବାରଲୋକେ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିବା ସହ ସାଧାରଣରେ ଦାବି ହୋଉଛି । ସୂଚନା ଥାଉକି ବାଲିମେଳା ଏନ ଏ ସି ଅଧୀନରେ ମୋଟ ୧୨ଟି ୱାର୍ଡ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି ଏଥିସହ ଓଡ଼ିଶାର ଦ୍ୱିତୀୟ ବୃହତ ଜଳବିଦ୍ୟୁତ କେନ୍ଦ୍ର ସମେତ ବହୁ ସରକାରୀ , ବେସରକାରୀ , ଶିକ୍ଷା ଅନୁଷ୍ଠାନ ଓ ବ୍ୟବସାୟିକ ଅନୁଷ୍ଠାନ, ବ୍ୟାଙ୍କ କାର୍ଯ୍ୟାଳୟ ଅବସ୍ଥିତ । ଏଭଳି କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବାଲିମେଳା ସହରଠାରୁ ପ୍ରାୟ ୧୫ କିଲୋମିଟର ଦୂର କୋରୁକୋଣ୍ଡା ଠାରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ରହିଛି । ତେବେ ଏହି ଅଂଚଳରେ ଜରୁରୀ କାଳୀନ ପରିସ୍ଥିତି ରେ କୌଣସି ପ୍ରକାର ଅଘଟଣ ଘଟିଲେ ଅଗ୍ନିଶମ ବିଭାଗକୁ ସହାୟତା ନିମନ୍ତେ ଯୋଗାଯୋଗ କଲେ ସେମାନେ ସେଠାରୁ ଠିକ ସମୟରେ ବାହାରିଲେ ମଧ୍ୟ ବାଲିମେଳା ସହରରେ ପହଂଚିବା ପାଇଁ ତାଙ୍କୁ ପ୍ରାୟ ଅଧଘଣ୍ଟା ରୁ ଉର୍ଦ୍ଧ ସମୟ ଲାଗୁଥିବାରୁ ଆବଶ୍ୟକତା ଅନୁଯାଇ ସେବା ଯୋଗାଇବାରେ ବ୍ୟାହତ ସୃଷ୍ଟି ହେଉଛି । ତେଣୁ ବାଲିମେଳା ସହରରେ ଏକ ସ୍ଥାୟୀ ଅଗ୍ନିସେବା କାର୍ଯ୍ୟାଳୟ ସ୍ଥାପନ କରିବା ନିମନ୍ତେ ବାଲିମେଳା ପୂର୍ବତ୍ତନ କାଉନସିଲର ଦୀପକ ସାହୁ, କୃଷ୍ଣ ବାଘ ନଗର ସଭାପତି ପ୍ରଦୀପ ନାୟକ ,ବିଜେପି ନଗର ସଭାପତି ଶୁଭାଶିଷ କର , ସିବଦତ୍ତ ସାହୁ , ଙ୍କ ସମେତ ସମସ୍ତ ଅଂଚଳ ବାସୀ ଦାବି କରିଛନ୍ତି ।

Comments (0)
Add Comment