MV-79 PHC ରେ 18 ରୁ 44 ଵର୍ଷର ଲୋକଙ୍କୁ ଟୀକାକରଣ ଆରମ୍ଭ

ମାଲକାନଗିରି ( କୋଶଲ ନ୍ୟୁଜ୍)ଆଜି ମାଲକାନଗିରି ଜିଲ୍ଲାର MV-79 PHC କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ 18 ରୁ 44 ବର୍ଷର ବ୍ୟକ୍ତି ବିଶେଷଙ୍କ ପାଇଁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀମାନେ ଅନଲାଇନରେ ପଞ୍ଜିକରଣ କରିଥିବା ଲୋକ ଏବଂ ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିନାହାନ୍ତି ସେମାନଙ୍କର ଆଧାରକାର୍ଡ ମାଧ୍ୟମରେ ପଞ୍ଜୀକରଣ କରାଇ ଟୀକା ଦେବାର ବ୍ୟବସ୍ଥା କରିଥିଲେ l ଟୀକା ନେବା ପାଇଁ MV-79 ଅଞ୍ଚଳ ସହ ଆଖପାଖ ଅଞ୍ଚଳର ଲୋକମାନେ ଆଜି ସକାଳୁ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ କୋଭିଡ ନିୟମ ଅନୁସାରେ ଧାଡି କରି ଠିଆ ହୋଇ ଟୀକା ନେବାର ଦେଖା ଦେଇଛି। କରୋନା ମହାମାରୀ ସମୟରେ ଲୋକଙ୍କୁ ଠିକ୍ ସମୟରେ ଟୀକାକରଣ କରାଯାଇଥିବାରୁ ଲୋକମାନଙ୍କ ମଧ୍ୟର ଏକ ନୂତନ ଆଶା ଦେଖାଯାଉଛି ।

Comments (0)
Add Comment