ପିଏମଜିଏସୱାଇ କାର୍ଯ୍ୟର ନାମ ଫଳକରେ ଭୁଲଲେଖା, ଦ୍ୱନ୍ଦ୍ୱରେ ଗ୍ରାମବାସୀ

ମାଲକାନଗିରି (କୋଶଲ ନ୍ୟୁଜ୍) କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଥିବା ନାମ ଫଳକରେ ତ୍ରୁଟି l ଠିକ ସେହିଭଳି ଆଜି ଦେଖିବାକୁ ମିଳିଛି ନାମ ଫଳକରେ ଭୁଲ ଲେଖା l ଘଟଣାଟି ହେଉଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଫୁଲକାନକୋଣ୍ଡା ଗ୍ରାମର l ମିଳିଥିବା ସୂଚନା ଅନୁସାରେ 2016 ମସିହାରେ କୁନାନପଲ୍ଲୀ ଛକ ଠାରୁ ଫୁଲକାନକୋଣ୍ଡା ଗ୍ରାମକୁ ସଂଯୋଗ କରୁଥିବା ସାଢେ ନଅ କିଲୋମିଟର ର ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ରୋଜଗାର ଯୋଜନାରେ ରାସ୍ତା କାମ ହେଇଥିଲା l ରାସ୍ତା କାମ ସମ୍ପୂର୍ଣ୍ଣ ହେବା ପରେ ଠିକାଦାର ସେଠାରେ ନାମ ଫଳକ ସହ ରାସ୍ତା ତିଆରିରେ ହେଇଥିବା ସମ୍ପୂର୍ଣ ତଥ୍ୟ ଦେବାକଥା l ଏହି ରାସ୍ତାଟି 326 ନମ୍ବର ଜାତୀୟ ରାଜପଥ ସହ ସଂଯୋଗ କରିଥିବାରୁ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଅଞ୍ଚଳର ଲୋକମାନେ ଦ୍ଵନ୍ଦରେ ପଡୁଥିବା ଦେଖିବାକୁ ମିଳିଛି l କାର୍ଯ୍ୟ ଶେଷ ପରେ ନାମ ଫଳକରେ ଠିକାଦାର ସମେନ୍ଦ୍ର ପ୍ରସାଦ ବିଷୋୟୀ
ଫୁଲକାନକୋଣ୍ଡା ଗ୍ରାମକୁ ଲେଖିଛନ୍ତି ପୁଲକାନକୁଣ୍ଡା କେବଳ ଏତିକି ନୁହେଁ ରାସ୍ତା କାମର ଅଟକଲ ମୂଲ୍ୟ ସହ ଏହାର ୫ ବର୍ଷୀୟ ମରାମତି ଖର୍ଚ୍ଚ ମଧ୍ୟ ଏଠାରେ ଲେଖା ହେଇନଥିବା ଦେଖିବାକୁ ମିଳିଛି l

ଏହି ବାବଦରେ କାର୍ଯ୍ୟ କରିଥିବା ଠିକାଦାର ଶ୍ରୀ ବିଷୋୟୀଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ରଖିଥିଲେ ତାଙ୍କର କାମ କେବଳ ରାସ୍ତା ତିଆରି କରିବାର ଥିଲା ଲେଖା ଲେଖି କାମ ତାଙ୍କର ନୁହେଁ ସେ ସବୁ କାମ ଯନ୍ତ୍ରୀଙ୍କର l ଏହି ବାବଦରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରି ବୁଝିବାରୁ ସେ ଏହି ବାବଦରେ କିଛି ଜାଣୁ ନାହାନ୍ତି ବୋଲି ନିଜର ମତାମତ ଦେଇଥିଲେ l ତଥାପି ଜଦି କିଛି ଭୁଲ ହୋଇଥାଏ ତାହେଲେ ସେହି ସ୍ଥାନରେ ସଂଶୋଧନ କରିଦେବେ ବୋଲି ପ୍ରତିଶୃତି ଦେଇଥିଲେ l

ପ୍ରତିଶୃତି ଦେଇ ଆଜକୁ ପାଖାପାଖି 10 ଦିନ ହେଲାଣି କିନ୍ତୁ ଭୁଲ ସଂଶୋଧନ ହେଇପାରିଲା ନାହିଁ l ଏହାର କାରଣ କଣ ? ଓଡିଶା ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର ଲୋକମାନଙ୍କ ହିତ ପାଇଁ ବହୁ ପ୍ରକାରର ଜନାହିତକର କାର୍ଯ୍ୟ କରିବା ପାଇଁ କାର୍ଯ୍ୟାଦେଶ ଦେଲେ ସୁଦ୍ଧା ଏହିଭଳି ଛୋଟିଆ ଛୋଟିଆ ଭୁଲକାର୍ଯ୍ୟ ଜଦି ଖୋଦ ସରକାରୀ ବାବୁ ମାନେ କରିବେ ତାହେଲେ କାହାକୁ କହିବା ବୋଲି ଅଞ୍ଚଳ ବାସୀ ମତ ପ୍ରକାଶ କରିଛନ୍ତି ।

Comments (0)
Add Comment