ମହଙ୍ଗା ପଡ଼ିଲା ଲୋକ ଙ୍କୁ ଠକିବା ,ଗିରଫ ହେଲେ ତିନି ନକଲି କ୍ବକ ଡାକ୍ତର

ମାଲକାନଗିରି ( କୋଶଲ ନ୍ୟୁଜ୍) ବିଶେଷ ସୂତ୍ରରୁ ଖବର ପାଇଁ କାଲିମେଳା ପୋଲିସ ତିନି ଜଣ କ୍ଵାକ ଡାକ୍ତରଙ୍କୁ ଧରିବାକୁ ସଫଳ ହେଇଛନ୍ତି lକରୋନା ମହାମାରୀ ଓ ଲକ ଡାଉନର ଫାଇଦା ନେଇ ନୀରିହ ଲୋକଙ୍କୁ କରୁଥିଲେ ଠକାମିର ଶିକାର lକ୍ଵାକ ମାନଙ୍କର ଗାଁ ଗାଁ ବୁଲି ଲୋକଙ୍କ ଚିକିତ୍ସା କରୁଥିବାରୁ ଲୋକେ ସରକାରୀ ଡାକ୍ତର ଖାନା ରୁ ମୁହଁ ମୋଡି ଦେଉଥିଲେ ।କାଲିମେଳା ପୋଲିସ କରିଛି ଆଜି ତିନି ଜଣ କ୍ୱାକ ଡାକ୍ତର ଙ୍କୁ ଗିରଫ।ବିନା ଲାଇସେନ୍ସରେ, ବିନା କୌଣସି ଡାକ୍ତରୀ ପାଠରେ ଏମାନେ ପଲାଟି ଯାଇଥିଲେ କଥା କଥିତ ଡାକ୍ତର ।ଲୋକଙ୍କ ଚିକିତ୍ସା କରିବା ସହ ତାଙ୍କ ଜୀବନ ସହ ଖେଳୁ ଥିଲେ ଏହି କ୍ୱାକ ମାନେ।ମାଲକାନଗିରି SP ଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିଲା ତଦନ୍ତ ଆଜି ତିନି କ୍ୱାକଙ୍କ ସହ ବିପୁଳ ପରିମାଣରେ ମେଡ଼ିସିନ ଜବତ କରିଛି କାଲିମେଳା ପୋଲିସ। ଅଭିଯୁକ୍ତ ମାନେ ହେଲେ ଏମ୍:ଭି-73 ଗ୍ରାମର ପରେସ ବାୱାଲି, ଏମ୍. ପି. ଭି-14 ଗ୍ରାମର ଶଶାଙ୍କ ପାଇକ ଓ ଏମ୍. ପି. ଭି-11 ଗ୍ରାମର ସଚିନ ପରାମାନିକ l ଏମାନଙ୍କ ନାମରେ କେସ ନମ୍ବର- 134, 135,137/21 ଏବଂ ଦଫା 419/420/384 ରୁଜୁ କରି କୋର୍ଟ ଚାଲାଣ କରାଯାଇଛି l

Comments (0)
Add Comment