BJD ତରଫରୁ କୋଈକୋଣ୍ଡା TMC ସେଣ୍ଟର କରାଯାଇଥିଲା ମଧ୍ୟାନ୍ୟ ଭୋଜନର ବ୍ୟବସ୍ଥା

ମାଲକାନଗିରି ( କୋଶଲ ନ୍ୟୁଜ୍) କରୋନ ମହାମାରୀର ଦ୍ୱିତୀୟ ଲହରୀ ଦିନକୁ ଦିନ ନିଜର କାୟା ବିସ୍ତାର କରୁଥିବା ବେଳେ l ଏହାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ରାଜ୍ୟରେ ଲକଡାଉନ ସଟ ଡାଉନ ଅବଧି ବଢି ଚାଲିଛି ଏହାରି ମଧ୍ୟରେ ରୋଜଗାର ପାଇଁ ପଡୋଶୀ ରାଜ୍ୟକୁ ଯାଇଥିବା ପ୍ରବାସୀ ରୋଜଗାର ନ ପାଇ ପୁଣି ଘର ମୁହାଁ ହେବାରେ ଲାଗିଛନ୍ତି। କୋରନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର। ଘର ମୁଁହା ପ୍ରବାସୀ ମାନଙ୍କୁ ସଙ୍ଘ ରୋଧ ରେ ରଖିବା ପାଇଁ ଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ବିଭିନ୍ନ ଜିଲ୍ଲା ଗୁଡିକରେ TMC ସେଣ୍ଟର କରାଯାଇଛି l ଏହି TMC ସେଣ୍ଟର ରେ ପ୍ରବାସୀ ମାନଙ୍କୁ 7 ଦିନ ବାଧ୍ୟତା ମୂଳକ ରହିବାକୁ ପଡୁଛି l 7 ଦିନ ପରେ କୋଣସି ସଂକ୍ରମଣର ଲକ୍ଷଣ ନ ଦେଖା ଗଲେ ସେମାନେ ନିଜର ଘରକୁ ଫେରି ପାରୁଛନ୍ତି l TMC କ୍ୟାମ୍ପ ରେ ରହୁଥିବା ପ୍ରବାସୀ ମାନଙ୍କୁ ପ୍ରତିଦିନ 3 ଥର ଖାଇବାକୁ ଦିଆଯିବା ସହ ସବୁ ପ୍ରକାରର ସୁବିଧା ଯୋଗେଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ l ଏହାବ୍ୟତୀତ ବିଭିନ୍ନ ସମୟରେ ସ୍ୱଚ୍ଛା ସେବୀ ସଂସ୍ଥା ମାନଙ୍କ ପକ୍ଷରୁ ବି ସହଯୋଗ ର ହାତ ବଡ଼େଇବାର ଦେଖିବାକୁ ମିଳିଛି।


ଏହି ସମୟରେ ଆଉ ଏକ ଖବର ସମ୍ମାନା କୁ ଆସିଛି। କାଲିମେଲା ବ୍ଳକ ପୂର୍ବତନ ସାଂସଦ ପ୍ରତିନିଧି ବିଶ୍ୱନାଥ ରେଡି ଓ କିଛି ଗ୍ରାମବାସୀ ମିଶି କୋଇକୋଣ୍ଡା tmc ସେଣ୍ଟର ରେ ରହୁଥିବା ପ୍ରବାସୀ ମାନଙ୍କ ଦୁଃଖ ସୁଖ ବୁଝିବା ସହ ପ୍ରତିଦିନ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସେଣ୍ଟର ରେ କାର୍ଯ୍ୟ କରୁଥିବା ଷ୍ଟାଫଙ୍କୁ ପଚାରିବୁଝୁଥିଲେ। ଆଜି ପ୍ରବାସୀଙ୍କ ସଙ୍ଘ ରୋଧ ଅବଧି ଶେଷେହୋଇଥିବା ଖବର ପାଇ ବିଶ୍ଵନାଥ ରେଡି ଓ ତାଙ୍କ ସହକର୍ମୀ ଗ୍ରାମବାସୀ ମାନେ କୋଈକୋଣ୍ଡା tmc ସେଣ୍ଟର ରେ ରହୁଥିବା ପ୍ରବାସୀ ମାନଙ୍କ ପାଇଁ bjd ତରଫରୁ ମଧ୍ୟାନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ରେଡି ବାବୁ ପ୍ରବାସୀ ମାନଙ୍କ ପ୍ରତି ଏପରି ଅତିଥି ଚର୍ଚ୍ଚା ଦେଖି ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସାର କରାଜିଥିଲା l

Comments (0)
Add Comment