ସ୍ୱାଭିମାନ ଅଞ୍ଚଳରୁ ୨.୫ କେଜିର ୨ଟି ଟିଫିନ ବୋମା ଉଦ୍ଧାର

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜି ର ସର୍ଚ୍ଚ ଅପରେସନ ବେଳେ ୨ଟି ଟିଫିନ ବୋମା ଉଦ୍ଧାର । ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡା ଗ୍ରାମରେ ଆଜି ବିଏସଏଫ ୯ମ ବାଟାଲିୟନ ଓ ଏସଓଜି ଯବାନଙ୍କ ସର୍ଚ୍ଚ ଅପରେସନ ସମୟରେ ମିଳିଛି ଆଉ ଏକ ସଫଳତା । ସ୍ୱାଭିମାନ ଅଞ୍ଚଳରୁ ଉଦ୍ଧାର କଲେ ୨.୫ କେଜି ର ୨ଟି ଟିଫିନ ବୋମା । ଯବାନ ମାନଙ୍କ କୁମିଙ୍ଗ ଅପରେସନ କରୁଥିବା ସମୟରେ ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଯାଜପଲମ ଠାରୁ କେନ୍ଦୁଗୁଡା ରାସ୍ତାରେ ଏହି ଟିଫିନ ଵୋମା ପୋତା ଯାଇଥିଲା । ଯବାନ ମାନେ ଏହି ଅଞ୍ଚଳର ଦେଇ ସବୁବେଳେ କୁମିଙ୍ଗ କରିବାପାଇଁ ଯାଉଥିଲେ । ତେବେ ଯବାନ ମାନଙ୍କୁ ଟାର୍ଗେଟ କରି ଏହି ଵୋମା ମାଓବାଦୀ ଙ୍କ ଦ୍ଵାରା ଲଗାଯାଇଥିବା ଅନୁମାନ କରାଯାଉଛି । ବୋମା ଉଦ୍ଧାର ପରେ ବିଏସ୍ଏଫ୍ ର ବମ୍ ଡିସପୋଜାଲ୍ ଟିମ୍ IEDs କୁ ନିକଟସ୍ଥ ଜଙ୍ଗଲରେ ନିଷ୍କ୍ରିୟ କରିଥିଲେ ।AP-OD ସୀମା ଅଞ୍ଚଳରେ କାର୍ଯ୍ୟ କରୁଥିବା ସୁରକ୍ଷା ବାହିନୀକୁ
ଟାର୍ଗେଟ କରି ଏହି ଵୋମା ମାଓବାଦୀ ଙ୍କ ଦ୍ଵାରା ଲଗାଯାଇଥିବା ଅନୁମାନ କରାଯାଉଛି । 2021 ମସିହାରେ ଜୁନ ମାସର ଏହା ହେଉଛି ଦ୍ୱିତୀୟ ଘଟଣା, ଯେଉଁଥିରେ ସୈନିକ ମାନେ ଏହି ଅଞ୍ଚଳର ଲାଲ ବିଦ୍ରୋହୀଙ୍କ ଉଦ୍ୟମକୁ ଖଣ୍ଡନ କରିଥିଲେ। ତେବେ ଏହାପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ କୁ ଜୋରଦାର କରାଯାଇଛି ।

Comments (0)
Add Comment