ଆତ୍ମସମର୍ପଣ କଲେ ୨ ମାଓବାଦୀ

ମାଲକାନଗିରି (କୋଶଲ ନ୍ୟୁଜ୍) ଆଜି ପୋଲିସ ଡିଜି ଅଭୟଙ୍କ ନିକଟକରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ହାର୍ଡକୋର ମାଓବାଦୀ । ମିଳିଥିବା ସୂଚନା ଅନୁସାରେ ପୋଲିସ ମହା ନିର୍ଦ୍ଦେଶକ ଡିଜି ଅଭୟ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଦୁଇ ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ମହୁପଦର ଏରିଆ ପାର୍ଟି ମେମ୍ବର ରାଇଧର ।ସବିତା ନାଁରେ ୨ ଲକ୍ଷଟଙ୍କା ଓ ରାଇଧର ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା । ଏହି ଦୁଇଜଣ ମାଓ ସଂଗଠନର ବିଚାର ଧାରାରେ ବିତସ୍ପୃହ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଯୋଜନା କରିଥିଲେ ।

ବର୍ତ୍ତମାନ ମାଓ ସଂଗଠନରେ କରୋନାର କାୟା ବିସ୍ତାର ହେଇ ସବୁ ଭୟଭୀତ ହୋଇ ଲାଲବାହିନୀର ହାତ ଛାଡିଛନ୍ତିl ସବିତା ଓ ରାଇଧର ଏମାନେ ମଧ୍ୟ ସଂଗଠନ ଛାଡି ଆଜି ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ପୋଲିସ ଡିଜି ଅଭୟ ଆଜି କୋରାପୁଟ, ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ମାଓ ଦମନ ରଣନୀତି ଓ ସ୍ଥିତିର ସୁଧାର ନେଇ ଏକ ସମୀକ୍ଷା କରୁଛନ୍ତି । ଡି ଜି ଙ୍କ ସହ ମାଲକାନଗିରି ଗସ୍ତରେ ଯାଇଥିଲେ ଅମିତାଭ ଠାକୁର ଆଇ ଜି ଅପରେସନ ଏବଂ ଲଳିତ ଦାସ ଡ଼ାଇରେକ୍ଟର ଇଣ୍ଟେଲ୍ଲୀଜେନ୍ସ।

Comments (0)
Add Comment