ଟୀକାକରଣ ଉତ୍ସବ ଆରମ୍ଭ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଗୋପିସାହି ଅଙ୍ଗନବାଡ଼ି କେନ୍ଦ୍ର ରେ ଛୋଟ ଶିଶୁମାନଙ୍କ ପାଇଁ ଟୀକାକରଣ ଉତ୍ସବ ଅନୁଷ୍ଠିତ ହେଉଥିଲା । ଏହି କାର୍ଯ୍ୟକ୍ରମ କୁ ଡାକ୍ତର ଶ୍ରୀ ବୁଦ୍ଧିକେଶ୍ୱର ମାଝୀ ଶୁଭାରମ୍ଭ କରିଥିଲେ । ୫ ବର୍ଷରୁ କମ୍ ପିଲା, କମ୍ ରୋଗୀ ପ୍ରତିରୋଧକ ଶକ୍ତି ଥିବା ପିଲା, ଅପପୃଷ୍ଟି, ସ୍ତନ୍ୟପାନର ଅକାବ, ଗହଳିପୁର୍ଣ୍ଣ ଆବାସ, ବାୟୁ ପ୍ରଦ୍ୟୁଷଣ ଓ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ପିଲାମାନେ ଏହି ରୋଗ ଦ୍ବାରା ପିଡିତ ହେବାର ଆଶଙ୍କା ସର୍ବାଧିକ ଥାଏ। ଏହି ନିମୋନିଆ ରୋଗରୁ ଶିଶୁ ମାନଙ୍କୁ ରକ୍ଷା କରିବାରେ ଏହି ଟୀକା ସହାୟକ ହେବ । ଏହି ଟୀକାର ୩ଟି ମାତ୍ରା ୬ ସପ୍ତାହ, ୧୪ ସପ୍ତାହ ଏବଂ ବୁଷ୍ଟର ଡୋଚ୍ଚ ୯ ମାସରେ ଦିଆଯାଇଥାଏ । ଏହି ଟୀକା ସମ୍ପର୍କ ସୁରକ୍ଷିତ ଏବଂ ଏହା ୟୁନିଭରସାଇ ଜମୁନାଇଜେସନ ପ୍ରୋଗ୍ରାମ ମାଧ୍ୟମରେ ସମ୍ପୁର୍ସ ମାଗଣାରେ ଉପଲବ୍ଧ ହେବ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ କର୍ମଚାରୀ ଯଥା ନବୀନ ଚନ୍ଦ୍ର ସମରତ, ବିଜୟ କୁମାର ନାୟକ, ପରିଚାଳନା କରିଥିଲେ l

Comments (0)
Add Comment