ଜିଲ୍ଲାର ବିଭିନ୍ନ ସ୍ଥାନରେ 18 ରୁ 44 ଵର୍ଷର ଲୋକଙ୍କୁ ଟୀକାକରଣ ଆରମ୍ଭ


ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଥମ ପର୍ଯ୍ୟାୟରେ 18 ରୁ 44 ବର୍ଷର ବ୍ୟକ୍ତି ବିଶେଷଙ୍କ ପାଇଁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀମାନେ ଆଜି ଅନଲାଇନ ରେ ପଞ୍ଜିକରଣ କରିଥିବା ଲୋକ ଏବଂ ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିନାହାନ୍ତି ସେମାନଙ୍କ ଆଧାରକାର୍ଡ ମାଧ୍ୟମରେ ପଞ୍ଜୀକରଣ କରାଇ ଟୀକା ଦେବାର ବ୍ୟବସ୍ଥା କରିଥିଲେ l ଟୀକା ନେବା ପାଇଁ ମାଲକାନଗିରି, ପଡିଆ, କାଲିମେଳା, ମାଲକାନଗିରି DHH, କୁଡୁମୁଲୁଗୁମା,ମାଥିଲି, MV-19 ସବୁ ଅଞ୍ଚଳର ଲୋକ ମାନେ ସକାଳୁ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ କୋଭିଡ ନିୟମ ଅନୁସାରେ ଧାଡି କରି ଠିଆ ହୋଇ ଟୀକା ନେବାର ଦେଖା ଦେଇଛି। କରୋନା ମହାମାରୀ ସମୟରେ ଲୋକଙ୍କୁ ଠିକ୍ ସମୟରେ ଟୀକାକରଣ କରାଯାଇଥିବାରୁ ଲୋକମାନଙ୍କ ମଧ୍ୟର ଏକ ନୂତନ ଆଶା ଦେଖାଯାଉଛି ।

Comments (0)
Add Comment