ଭେଜାଙ୍ଗିୱାଡା ପୋଷ୍ଟ ମାଷ୍ଟର ଗିରଫ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଜାଙ୍ଗିୱାଡା ଶାଖା ପୋଷ୍ଟ ଅଫିସ ଲକ୍ଷାଧିକ ଟଙ୍କା ଘୋଟଲାରେ ଅଭିଯୁକ୍ତ ପୋଷ୍ଟ ମାଷ୍ଟରକୁ ଗିରଫ କରିଛି କାଲିମେଳା ପୋଲିସ l ମିଳିଥିବା ସୂଚନା ଅନୁସାରେ ଏମପିଭି -71 ଗ୍ରାମର ନନୀଗୋପାଳ ବିଶ୍ୱାସଙ୍କ ସ୍ତ୍ରୀ 23.03.2015 ତାରିଖରେ ଭେଜାଙ୍ଗିୱାଡା ପୋଷ୍ଟ ଅଫିସ ଜମା ଖାତା ଖୋଲି ସେଥିରେ 25000/- ଟଙ୍କା ଜମା କରିଥିଲେ l ପରେ ତାଙ୍କ ନନୀଗୋପାଳଙ୍କ ସ୍ତ୍ରୀ ପୋଷ୍ଟ ଅଫିସରେ ମୋଟ 80000/- ଟଙ୍କା ନଗତ ଜମା କରିଥିଲେ l
ସେହିପରି କମଲ ବିଶ୍ୱାସ 2018 ମସିହାରେ ୨୦ହଜାର ଟଙ୍କାର ଏକ RD କରିଥିଲେ l ପରବର୍ତ୍ତୀ ସମୟରେ ନିଜର A/c ଚେକିଂ କରିବାରୁ ଜାଣିବାକୁ ପାଇଲେ ତାଙ୍କ A/c ରେ ମାତ୍ର 3163 ଟଙ୍କା ଅଛି l ଏହି ପରି ଅନେକ ଜମାକାରିଙ୍କ ଖାତାରୁ ଲକ୍ଷାଧୂକ ଟଙ୍କା ଗାଏବ ହୋଇଥିଲା । ଟଙ୍କା ହେର ଫେର ଘଟଣା ସଂପର୍କରେ ଜମାକିରାମାନେ କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଭେଜାଙ୍ଗିୱାଡା ଶାଖା ଡାକଘରର ପୋଷ୍ଟ ମାଷ୍ଟ୍ରର ମାନା ପୁଜାରି ଉକ୍ତ ଟଙ୍କା ହଡପକରି ଫେରାର ହୋଇ ଯାଇଥିଲେ । ତାଙ୍କୁ ପୁଲିସ ଖୋଜା ଖୋଜି କରି ଆଜି ଗିରଫ କରିବାରେ ସଫଳ ହୋଇଛନ୍ତି l ଏହି ବାବଦରେ କାଲିମେଳା ଥାନାରେ କେସ୍ ନମ୍ବର ୪୯ / ୨୦୨୧ କେସ ରୁଜୁକରାଯାଇ ୪୦୮ / ୪୦୯ / ୪୨୦ / ୪୭୧ / ୪୭୩ ଦଫାରେ ପୋଷ୍ଟମାଷ୍ଟ୍ର ମାନା ପୂଜାରୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Comments (0)
Add Comment